PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ପିତା କହିଲେ ଜୋର ଜବରଦସ୍ତ କାର୍‌ରେ ବସାଇ ନେଇଗଲେ – ଭିଡ଼ିଓରେ ଝିଅ କହିଲା…

ମୁରାଦାବାଦ – ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ବ୍ୟକ୍ତି ପଡ଼ୋଶୀରେ ରହୁଥିବା ଅନ୍ୟ ସଂପ୍ରଦାୟର ୬ ଜଣଙ୍କ ନାଁରେ ନିଜ ଝିଅକୁ ଅପହରଣ କରି ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାର ଅଭିଯୋଗ ଲଗାଇଛନ୍ତି। ମଝୋଲା ଅଞ୍ଚଳରେ ଏହି ମାମଲାରେ ପୁଲିସ୍‌ ୬ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଫେରାର୍‌ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ୍‌ । କିନ୍ତୁ ଏହି ଭିତରେ ଯୁବତୀଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି , ଯାହା ପୁଲିସ୍‌ ହାତରେ ଲାଗିଛି । ଏହି ଭିଡ଼ିଓରେ ଯୁବତୀ ଆଉ କିଛି କହିଛନ୍ତି ।

ପୁଲିସ୍‌ ଅଧିକାରୀମାନେ କହିଛନ୍ତି କି ଅପହରଣ ଓ ବଳପୂର୍ବକ ଧର୍ମ ପରିବର୍ତ୍ତନର ଏହି କାହାଣୀ ଭିତରେ ଯୁବତୀଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଯୁବତୀ କହୁଥିବାର ନଜର ଆସୁଛି କି ସେ ନିଜ ଇଚ୍ଛାରେ ଘର ଛାଡ଼ିଛି , ଆଉ ବିବାହ କରିଛି । ହେଲେ ଏସ୍‌ପି ସିଟି ଅମିତ୍‌ ଆନନ୍ଦ କହିଛନ୍ତି କି ପୁଲିସ୍‌ ଏହି ମାମଲାର ଯାଞ୍ଚକରୁଛି । ଯାଞ୍ଚ ଶେଷ ହେବା ପରେ ମାମଲାର ସତ୍ୟାସତ୍ୟ କଣ ଜଣାପଡ଼ିବ । ଏବେ କିଛି ବି ସ୍ପଷ୍ଟ କୁହାଯାଇ ପାରିବ ନାହିଁ ।

ସେପଟେ ଯୁବତୀଙ୍କର ପିତା ଅଭିଯୋଗ କରିଥିଲେ କି ଅନ୍ୟ ସଂପ୍ରଦାୟର ପଡ଼ୋଶୀ ଯୁବକ ଝିଅକୁ ତାଙ୍କ ସାମନାରେ କାର୍‌ରେ ବସାଇ ନେଇ ଯାଇଥିଲା । ଏହା ପୂର୍ବରୁ ବି ସେ ଧର୍ମ ପରିବର୍ତ୍ତନ କରିବାର ଧମକ ଦେଇଥିଲା । ମୁରାଦାବାଦ ପୁଲିସ୍ ଯୁବତୀଙ୍କର ପିତାଙ୍କର ଅଭିଯୋଗ ଆଧାରରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲେ , ହେଲେ ଯୁବତୀଙ୍କର ଭିଡ଼ିଓ ସାମନାକୁ ଆସିବା ପରେ ପୁଲିସ୍‌ ଅଧିକାରୀ ସବୁ ତଥ୍ୟର ଯାଞ୍ଚ ପରେ ଯାହା ପଦକ୍ଷେପ ନିଆଯିବା କଥା କହିଛନ୍ତି ।

ସମ୍ବନ୍ଧିତ ଖବର