PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଡେଟିଂ ଆପରେ ଚାଟିଂ, ବନ୍ଧୁତ୍ବ ଓ ତା’ପରେ ପ୍ରେମ: ଶାରିରୀକ ସମ୍ପର୍କ ରଖିବା ବେଳେ ପ୍ରେମିକାର ତଣ୍ଟି ଚିପି ମାରିଲା ପ୍ରେମିକ

ନୂଆଦିଲ୍ଲୀ,୨୨।୧୨: ସୋସିଆଲ ମିଡିଆ ଆପ୍ ଜରିଆରେ ଯୁବକ-ଯୁବତୀଙ୍କ ଭିତରେ ବନ୍ଧୁତ୍ବ। ଏହାପରେ ବନ୍ଧୁତ୍ବରୁ ପ୍ରେମରେ ପରିଣିତ ହେବାପରେ ଦୁହେଁ ରଖିଥିଲେ ଶାରିରୀକ ସମ୍ପର୍କ। କିନ୍ତୁ ଶାରିରୀକ ସମ୍ପର୍କ ରଖିବା ବେଳେ ଯୁବତୀଙ୍କ ଗଳା ଚାପି ଦେଇଥିଲେ ପ୍ରେମିକ, ଫଳରେ ଯୁବତୀଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଭିଯୁକ୍ତ ବୟଫ୍ରେଣ୍ଡକୁ ଯଦିଓ ଗିରଫ କରିଛି, କିନ୍ତୁ ବୟଫ୍ରେଣ୍ଡ ଜଣକ କହୁଛନ୍ତି  ସେ ଜାଣିଶୁଣି ସେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରିନାହିଁ।  ଦୁହେଁ ଶାରିରୀକ ସମ୍ପର୍କ ରଖିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ କରିଥିଲେ ତାଙ୍କ ଗଳା ଚାପି ଦେବାକୁ, ସେ ଏଭଳି କରିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଅଦ୍ଭୁତ ମାମଲା ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଘଟିଛି।

ଅକଲାଣ୍ଡରେ ରହୁଥିବା ୨୭ ବର୍ଷୀୟ ଏହି ଅଭିଯୁକ୍ତ ପ୍ରେମିକ ଜଣକ ବିରୋଧରେ ଅଭିଯୋଗ ରହିଛି ଯେ, ସେ ନିଜର ପ୍ରେମିକାକୁ ଡାକି ତାଙ୍କ ସହ ଶାରିରୀକ ସମ୍ପର୍କ  ରଖିବା ସମୟରେ ତାଙ୍କର ତଣ୍ଟି ଚିପି ହତ୍ୟା କରିଛନ୍ତି। ଯୁବକ ଜଣକ କୋର୍ଟରେ ଯଦିଓ ଏହା ସ୍ବୀକାର କରିଛନ୍ତି, କିନ୍ତୁ ସେ ଯାହା କାରଣ କହିଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।ଯୁବକ ଜଣକ କୋର୍ଟରେ କହିଥିଲେ, ଟିଣ୍ଡର ଆପ୍ ଯୋଗେ ତା’ର ବନ୍ଧୁତ୍ବ ଗ୍ରେସ୍ ମିଲନଙ୍କ ସହିତ ହୋଇଥିଲା। ଆପରେ ଦୁହିଁଙ୍କ ଭିତରେ ଖୁବ୍ ଚାଟିଂ ହେଉଥିଲା। ଏହାପରେ ଦୁହିଁଙ୍କର ସମ୍ପର୍କ ଦିନକୁ ଦିନ ବଢିବାରେ ଲାଗିଥିଲା। ଦୁହେଁ ଡେଟିଂ କରିବା ଆରମ୍ଭ କରିଥିଲେ। ହତ୍ୟା ଦିନ ଯୁବକ ଜଣକ ଯୁବତୀଙ୍କୁ ବହୁବାର ଫୋନ୍ କରି ଦେଖା କରିବାକୁ ଡାକିଥିଲେ।

ଯୁବତୀ ଜଣ ବ୍ରିଟେନର ଏକ୍ସେସର ଥିଲେ। ହତ୍ୟା ଘଟଣା ଦିନ ଯୁବକ ଜଣକ ମନ କିଣିବା ପାଇଁ କହିଥିଲେ। ସେହି ଦିନ ଦୁହିଁଙ୍କ ଭିତରେ ଭୋର ୩ଟା ପର୍ଯ୍ୟନ୍ତ ଚାଟିଂ ହୋଇଥିଲା। ସନ୍ଧ୍ୟାରେ ଦେଖା କରିବାର ମଧ୍ୟ ସମୟ ଧାର୍ଯ୍ୟ ହୋଇଥିଲା। ସନ୍ଧ୍ୟାରେ ଦୁହେଁ ପରସ୍ପରକୁ ଦେଖା କରିଥିଲେ। ଏହାପରେ ଯୁବକ ଜଣକ ତାଙ୍କର ଗର୍ଲଫ୍ରେଣ୍ଡଙ୍କୁ ନିଜର ରୁମକୁ ନେଇଥିଲେ, ଯେଉଁଠାରେ ଯୁବତୀଙ୍କର ହତ୍ୟା ହୋଇଥିଲା।

ଦୁହେଁ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣକ ମରିଯାଇଥିଲେ। ଏହାପରେ ଯୁବକ ଜଣକ ଏକ ସୁଟକେସ୍ ଭିତରେ ମୃତଦେହକୁ ରଖି ଦେଇଥିଲେ। ଯୁବତୀ ଜଣକ ଯେତେବେଳେ ଘରକୁ ଫେରିନଥିଲେ, ପରିବାର ଲୋକ ପୋଲିସ ନିକଟରେ ସୂଚନା ଦେଇଥିଲେ। ପୋଲିସ ଯୁବତୀଙ୍କ ସନ୍ଧାନରେ ସ୍ବତନ୍ତ୍ର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ୭ ଦିନ ପରେ ମଧ୍ୟ ସଫଳତା ମିଳିନଥିଲା। ପୋଲିସ ଯେତେବେଳେ ଯୁବତୀଙ୍କ ଫେସବୁକ୍ ଆକାଉଣ୍ଟ ଦେଖିଥିଲେ, ତାଙ୍କ ଟାଇମଲାଇନରେ ଅଭିଯୁକ୍ତ ଯୁବକର ମେସେଜ୍ ପୋଷ୍ଟ ଥିଲା। ପୋଲିସ ଏହି ଆଧାରରେ ସନ୍ଦେହ କରି ସବୁ ରହସ୍ୟ ପର୍ଦାଫାଶ କରିବା ସହ ଯୁବକକୁ ଗିରଫ କରିଥିଲା।

ଏହି ଘଟଣା ବ୍ରିଟିସ ମିଡିଆରେ ଆସିବା ପରେ ଯୁବକ ଜଣ ମୃତ ପ୍ରେମିକାଙ୍କ ପରିବାର ଲୋକଙ୍କୁ କ୍ଷମା ମାଗିଥିଲେ। କୋର୍ଟ ଏହି ମାମଲାରେ ଆସନ୍ତା ବର୍ଷ ଫେବୃଆରୀରେ ରାୟ ଦେବେ। ଶୁଣାଣି ବେଳେ ଯୁବକ ଜଣକ କୋର୍ଟରେ କହିଥିଲେ ଶାରିରୀକ ସମ୍ପର୍କ ରଖିବା ବେଳେ ଯୁବତୀ ଜଣକ ତାଙ୍କୁ ନିଜର ଗଳା ଚାପିବାକୁ କହିଥିଲା। ମୁଁ ଠିକ୍ ସେମିତି କରିଥିଲି, କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ କୋର୍ଟ ଯୁବତୀଙ୍କର ଏହି ତର୍କକୁ ସ୍ବୀକାର କରିନଥିଲେ। କୁହାଯାଉଛି ଯେ, ଯୁବକଙ୍କୁ କୋର୍ଟ କଠୋର ଦଣ୍ଡ ଦେଇପାରନ୍ତି।