ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ନୁଆଦିଲ୍ଲୀ ୧୯/୧୧:   ୧୩ ନଭେମ୍ବର ବୁଧବାର ଘଟଣା । ରାଧିକା(ଛଦ୍ମନାମ)  ସେକ୍ଟର ୬୩ ବହଲୋଲପରୁ(ନୋଏଡା)ରେ ପହଞ୍ଚିଲା । ଲକ୍ଷ୍ୟ ଥିଲା ଚାକିରୀ ଖୋଜିବା । ଶୀତ ଦିନରେ ଜଲଦି ସନ୍ଧ୍ୟା ହୋଇଯିବା ସତ୍ତ୍ୱେ ତାକୁ ରବି ସହିତ ଦେଖା କରିବାକୁ ଯିବାର ଥିଲା  । ରବି ହେଉଛି ତାର ପରିଚିତ ଜଣେ ଯୁବକ ଯିଏ କି ଚାକିରୀ ଦେବ କହି ତାକୁ ଡାକିଥିଲା । ସେ ସେହି ନିକଟରେ ହିଁ ରହୁଥିଲା । ସେ ଯେଉଁ କମ୍ପାନୀରେ କ୍ଲର୍କ କାମ କରୁଥିଲା ସେଠାରେ ରାଧିକାକୁ ଚାକିରୀ ଦେବ କହି ଡକାଇଥିଲା ।

ରାଧିକା ସେଠାରେ ପହଞ୍ଚିଥିଲା । କିନ୍ତୁ ଚାକିରୀ ସମ୍ପର୍କରେ କଥା ନହୋଇ ରବି ତାକୁ କିସ୍ କରିବାରେ ଲାଗିଲା । ଯେତେବେଳେ ରାଧିକା ତାକୁ ବିରୋଧ କରିଥିଲା ସେ ତାକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କଲା । ଏହା ପରେ ରାଧିକା ଜୋରରେ ଚିଲ୍ଲାଇବାକୁ ଲାଗିଲା । ଡାକ ଶୁଣି ସେପଟେ ଯାଉଥିବା ୨ ଜଣ ଲୋକ ଆସିଲେ ଏବଂ ଦେଖିଲେ ଯେ ଜଣେ ଯୁବତୀକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଛି ଯୁବକ । ସେମାନେ ରବିକୁ ପିଟିବାକୁ ଲାଗିଲେ ।

ରାଧିକା ଶାନ୍ତିରେ ନିଶ୍ୱାସ ମାରିଲା । ତାକୁ ବଞ୍ଚାଇଥିବାରୁ ସେ ୨ ଜଣଙ୍କୁ ଧନ୍ୟବାଦ ଦେଲା । ଗୁଡ୍ଡୁ ଓ ସାମୁ । କିନ୍ତୁ ତାର ଏହି ଖୁସି କିଛି ସମୟ ପାଇଁ ଥିଲା । କାରଣ ତାକୁ ରକ୍ଷା କରିଥିବା ସେହି ୨ ଜଣ ହିଁ ତାକୁ ମାଡିବସିଥିଲେ ଏବଂ ଆଉ ୩ ଜଣ ସାଙ୍ଗକୁ ସେଠିକି ଡକାଇ ଦେଇଥିଲେ । ପିତାମ୍ବର, ଉମେଶ ଓ ବ୍ରଜକିଶୋର ।

ଜଣ ଜଣ କରି ୫ ଜଣ ରାଧିକାକୁ ଦୁଷ୍କର୍ମ କଲେ । ତାକୁ ମାଡ ମାରିବା ସହ ଅନେକ ଆଘାତ ମଧ୍ୟ ଦେଲେ । ଏହାପରେ ସମସ୍ତେ ସେଠାରୁ ଦୌଡି ପଳାଇଲେ । ରାଧିକା ସେଠାରେ ବେହୋଶ ଅବସ୍ଥାରେ ପଡି ରହିଲା । କିଛି ସମୟ ପରେ ବହୁ କଷ୍ଟରେ ସେ ସାଢେ ୯ଟା ସୁଦ୍ଧା ନିକଟସ୍ଥ ଥାନାରେ ପହଞ୍ଚିଲା । ଗୌତମ ବୁଦ୍ଧ ନଗର ଏସଏସପି ବୈଭବ କୃଷ୍ଣା କୁହନ୍ତି ଯେ ଯେତେବେଳେ ଯୁବତୀ ଜଣକ ଅଭିଯୋଗ କରିବା ପାଇଁ ଆସିଥିଲେ ସେ ଲହୁଲୁହାଣ ଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଆଡମିଟ୍ କରିବା ଆବଶ୍ୟକ ଥିଲା । ସେଥିପାଇଁ ତାଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ହସ୍ପିଟାଲ ନିଆଗଲା । ସେ ଏବେ ବିପଦମୁକ୍ତ । କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ମାଡ ମାରିଥିବାରୁ ତାଙ୍କର ଅନେକ ସ୍ଥାନରେ ବହୁତ ଆଘାତ ଲାଗିଛି ।

ରାଧିକାଙ୍କ ମା କୁହନ୍ତି ସେମାନେ ବହୁତ ଗରିବ । ରାଧିକା ମାତ୍ର ବର୍ଷକର ହୋଇଥିବାବେଳେ ତାଙ୍କ ପିତାଙ୍କ ନିଧନ ହୋଇଥିଲା । ୫ ଭଉଣୀରେ ସମସ୍ତଙ୍କଠୁ ଛୋଟ ରାଧିକା । ରାଧିକା ନୋଏଡାର ଏକ ପ୍ୟାକେଜିଂ ଫାର୍ମରେ କାମ କରୁଥିଲେ । କିନ୍ତୁ ଗତ ୨-୩ ସପ୍ତାହରୁ ତାର ସ୍ୱାସ୍ଥ୍ୟ ଖରାପ ଥିଲା । ଏହି କାରଣରୁ ସେ ଜବକୁ ଯାଇପାରିଲାନି । ସୁସ୍ଥ ହେଲାପରେ ଅଫିସ୍ ଗଲା ରାଧିକା କିନ୍ତୁ ସେତେବେଳେ ତାକୁ ଚାକିରୀରୁ ବାହାର କରିଦିଆଯାଇଥିଲା । ଏହା ପରେ ସେ ଚାକିରୀ ପାଇଁ ରବିକୁ ସହାୟତା ମାଗିଥିଲା ।

ତେବେ ବୟସକୁ ନେଇ ଥିଲା ଆଉ ଏକ ସମସ୍ୟା
ରାଧିକାଙ୍କ ପରିବାରଲକେ ରାଧିକାର ବୟସ ୧୬ ବୋଲି କହୁଥିଲେ । କିନ୍ତୁ ତାର ଆଧାର କାର୍ଡରେ ଲେଖା ତାରିଖ ଅନୁସାରେ ତାର ବୟସ ୨୧ ଥିଲା । ଏହି କାରଣରୁ ପୋଲିସ ମେଡିକାଲ୍ ଟେଷ୍ଟ କରାଇ ରାଧିକାଙ୍କ ବୟସ କନଫର୍ମ କଲା । ସେଥିରେ ଜଣା ପଡିଲା ଯେ ତାଙ୍କ ବୟସ ୧୮ରୁ ଅଧିକ ।  ଏହା ଗୁରୁତ୍ୱପୂର୍ଣ୍ଣ ଥିଲା । ଯଦି ରାଧିକାର ବୟସ ୧୮ରୁ କମ୍ ହୋଇଥାନ୍ତା ତେବେ ଅଭିଯୁକ୍ତ ଉପରେ POCSO (The Protection of Children from Sexual Offences Act) ଧାରା  ଅନୁସାରେ ମାମଲା ରୁଜୁ ହୋଇଥାନ୍ତା । ତେବେ ବର୍ତ୍ତମାନ ସୁଦ୍ଧା ରବି, ଗୁଡ୍ଡୁ, ପିତାମ୍ବର, ଉମେଶ ଓ ବ୍ରଜକୁ ଗିରଫ କରିଛି ପୋଲିସ । ଏପର୍ଯ୍ଯନ୍ତ ଫେରାର ଅଛି ସାମୁ ।

   ସମ୍ବନ୍ଧିତ ଖବର


ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ଉତ୍ତରପୂର୍ବ ଅଶାନ୍ତ: ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ୍ ବନ୍ଦ, ଗଲେ ୫ହଜାର ସୁରକ୍ଷାକର୍ମୀ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା