ହଷ୍ଟେଲରେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୨୯/୮ : ନୂଆପଲ୍ଲୀ ଅଞ୍ଚଳର ଏକ ଲେଡିଜ୍‌ ହଷ୍ଟେଲରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ହେମନ୍ତ ସାହୁଙ୍କ ଝିଅ ପ୍ରଜ୍ଞା ଶୁଭଦର୍ଶିନୀ ସାହୁ(୨୪) । ନୂଆପଲ୍ଲୀ ଥାନା ପୁଲିସ ମୃତଦେହ ଜବତ କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ କହିବା ମୁତାବକ, ନୂଆପଲ୍ଲୀ ନୂଆ ସାହିର ପ୍ଲଟ୍‌ ନମ୍ବର ୧୮୨୦ରେ ଥିବା ଆଶୀର୍ବାଦ ହଷ୍ଟେଲରେ ବର୍ଷେ ହେବ ରହୁଥିଲେ ପ୍ରଜ୍ଞା । ସେ ଏଠାରେ ଚାକିରି ପାଇବା ଲକ୍ଷ୍ୟରେ ବିଭିନ୍ନ ପରୀକ୍ଷା ଦେବାକୁ ପାଠପଢ଼ା ଜାରି ରଖିଥିଲେ ।

ଆଜି ସନ୍ଧ୍ୟା ୬ଟା ବେଳେ କପଡ଼ା ବଦଳାଇବାକୁ ତାଙ୍କ ରୁମ୍‌ମେଟ୍‌କୁ କହି ପାଖ ରୁମ୍‌କୁ ଯାଇଥିଲେ । ଗଲାବେଳେ ଏକ ଚେୟାର ସାଙ୍ଗରେ ନେଇଥିଲେ । ତେବେ ଘଣ୍ଟାଏ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ରୁମ୍‌ମେଟ୍‌ଙ୍କ ସନ୍ଦେହ ହୋଇଥିଲା । ସେ ମାଲିକଙ୍କୁ ଡାକି କବାଟ ଭାଙ୍ଗି ପ୍ରଜ୍ଞାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ପ୍ରଜ୍ଞା ଏକ ଓଢ଼ଣି ଯୋଗେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ । ଖବରପାଇ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରିଥିଲା ।

ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ବ୍ୟବଚ୍ଛେଦ କରିବାକୁ ପଠାଇଥିଲା । ତାଙ୍କ ଆତ୍ମହତ୍ୟାର କୌଣସି ପ୍ରକୃତ କାରଣ ଜଣାପଡି଼ନାହିଁ । ସେପଟେ ପ୍ରଜ୍ଞା ଏମ୍‌ଇଡି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ଉଚ୍ଚସ୍ତରୀୟ ସରକାରୀ ପଦବି ପାଇବା ଆଶାରେ ଏହି ପାଠ୍ୟକ୍ରମକୁ ଛାଡ଼ି ଦେଇଥିଲେ । ପାଠପଢ଼ା ଚାପ ଯୋଗୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି ।

   ସମ୍ବନ୍ଧିତ ଖବର


ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮

ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !

ରାଜଧାନୀରେ ବନ୍ଧୁକ ଡିଲ୍‌ ବେଳେ ମହିଳା ସମେତ ୩ ଗିରଫ, ଖସିଗଲେ ବିକିବାକୁ ଆସିଥିବା ବ୍ୟବସାୟୀ