PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

କଲେଜ ଛାତ୍ରୀଙ୍କୁ ଗଳାକାଟି ନିର୍ମମ ହତ୍ୟା: ଭାଉଜଙ୍କ ସହ ଅଭିଯୁକ୍ତ ଯୁବକ ଅଟକ

ଚିଲିକା ୧୫/୧୨: ବାଲୁଗାଁ ଥାନା ଅଧୀନ ଗଙ୍ଗାନଗର ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଶନିବାର ରାତି ପ୍ରାୟ ୮ଟାବେଳେ ଗଳାକାଟି ହତ୍ୟା କରାଯାଇଛି । ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପୁଲିସ ଛାତ୍ରୀଙ୍କ ଭାଉଜ କାବେରୀ ଓ ସେହି ଗ୍ରାମର ବିଭୁ ବେହେରାଙ୍କୁ ଅଟକ ରଖିଛି ।

ସୂଚନା ଅନୁଯାୟୀ, ଗଙ୍ଗାନଗର ଗ୍ରାମର ରାମ ବେହେରାଙ୍କ ଝିଅ ଶିବାନୀ ଓରଫ ଗୁଗୁଲି(୧୭) ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢୁଥିଲେ । ରାତି ୮ଟାରେ ସେ ଘରେ ପଢୁଥିବାବେଳେ ତାଙ୍କ ଭାଉଜ ପାଖରେ ବସି ରୁଟି ବେଲୁଥିଲେ । କିଛି ସମୟ ପରେ ଭାଉଜ ବାହାରକୁ ଆସିଥିବା ବେଳେ ଗୁଗୁଲି ତାଙ୍କ ପଛେ ପଛେ ଆସିଥିଲେ । ଏହି ସମୟରେ ତାଙ୍କ ବାରିପଟ ଡେଇଁ ବିଭୁ ଘରକୁ ପଶି ଛପି ରହିଥିଲେ । ଗୁଗୁଲିଙ୍କୁ ଦେଖି ସେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଫେରାର ହୋଇଯାଇଥିଲେ । ଚିତ୍କାର ଶୁଣି ଗୁଗୁଲିଙ୍କ ପରିବାର ଲୋକେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲୁଗାଁ ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।