ହସ୍ପିଟାଲର ଆଇସିୟୁ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତୁକୁ ଧରିବାକୁ ସିସିଟିଭ ଯାଞ୍ଚ କରୁଛି ପୁଲିସ

ନୂଆଦିଲ୍ଲୀ,୩୦/୧୦: ଗୁରୁଗ୍ରାମ ସ୍ଥିତ ଫୋର୍ଟିସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଯୁବତୀ ଜଣକ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ ଯାହାପରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା ।

ସେ ଚଳିତ ମାସ ୨୧ରୁ ୨୭ ତାରିଖ ଯାଏଁ ହସ୍ପିଟାଲର ଆଇସିୟୁରେ ଥିଲେ । ଏହି ସମୟରେ ତାଙ୍କ ସହିତ ଏପରି ଘଟିଥିବାର ଅଭିଯୋଗ ହୋଇଛି । ପୀଡ଼ିତା ଯୁବତୀ ଏକ ପତ୍ର ମାଧ୍ୟମରେ ନିଜ ପିତାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ଏବଂ ବିକାଶ ନାମକ ଜଣେ ବ୍ୟକ୍ତି ଏପରି କରିଥିବାର ପ୍ରକାଶ କରିଥିଲେ । ତେବେ ବିକାଶ ନାମକ ବ୍ୟକ୍ତି ଉକ୍ତ ହସ୍ପିଟାଲର କର୍ମଚାରୀ ନା ଆଉ କିଏ ତାହା ସ୍ପଷ୍ଟ ହୋଇନାହିଁ । ଯୁବତୀଙ୍କ ପିତାଙ୍କ ଠାରୁ ଅଭିଯୋଗ ପାଇଁ ପୁଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ଏକ ପୁଲିସ ଟିମ୍‌ ତାଙ୍କର ବୟାନ ରେକର୍ଡ କରିବାକୁ ହସ୍ପିଟାଲ ଯାଇଥିଲେ ମଧ୍ୟ ସେଠାକାର କର୍ତ୍ତୃପକ୍ଷ ଜଣାଇଥିଲେ କି ଯୁବତୀ ଜଣକ ଏବେ କଥା ହେବା ସ୍ଥିତିରେ ନାହାନ୍ତି । ପୁଲିସ ହସ୍ପିଟାଲର ସିସିଟିଭି ଫୁଟେଜର ଯାଞ୍ଚ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରୁଛି ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ