PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଯୁବତୀଙ୍କୁ ନିଶାସକ୍ତ କରି ଅନୈତିକ ସମ୍ପର୍କ ରଖିବା ଅଭିଯୋଗ, ଯନ୍ତ୍ରୀ ଓ ନେତା ଗିରଫ

ସୋନପୁର,୨୧/୦୯: ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ସୋନପୁର ପୁଲିସ ଜନୈକ ଯନ୍ତ୍ରୀ ଓ ନେତାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ମଝିପଡାର ପୂର୍ବତନ ନଗର ବିଜେପି ସଭାପତି ଗଣେଶ ସାହୁ(୪୮) ଏବଂ ସୋନପୁର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶୀକାନ୍ତ ସେଠୀ(୪୨) ।

ସୂଚନା ଅନୁଯାୟୀ ଗତକାଲି ସଂଧ୍ୟାରେ ଉକ୍ତ ଦୁଇ ଅଭିଯୁକ୍ତ ସୁବଳୟା ଅଞ୍ଚଳର ଜଣେ ୨୧ବର୍ଷିୟୀ ଯୁବତୀଙ୍କୁ କିଛି ଟଙ୍କା ଦେଇ ଯନ୍ତ୍ରୀଙ୍କ ଗୋକର୍ଣ୍ଣେଶ୍ୱର ପଡାସ୍ଥିତ ଭଡାଘରରେ ମଦ୍ୟାପନ କରାଇ ଅନୈତିକ ସମ୍ପର୍କ ରଖିଥିଲେ । ପରେ ଉକ୍ତ ଯୁବତୀଙ୍କୁ ବାଇକ୍‌ରେ ଆଣି ନିଶାସକ୍ତ ଅବସ୍ଥାରେ ସୋନପୁରର ଏକ ହୋଟେଲ ସମ୍ମୁଖରେ ଛାଡି ଦେଇଥିଲେ । ଉକ୍ତ ଯୁବତୀ ଜଣକ ସେଠାରେ ନିଶାଶକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ପୁଲିସ ଖବର ପାଇ ତାକୁ ସେଠାରୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପ୍ରକାଶ ଯେ, କିଛିଦିନ ପୂର୍ବରୁ ଯନ୍ତ୍ରୀ ଜଣକ ସମ୍ବଲପୁରର ଏକ ବସ୍‌ରେ ଯାଉଥିବା ବେଳେ ଉକ୍ତ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ପରେ ଯନ୍ତ୍ରୀ ଜଣ ଉକ୍ତ ଯୁବତୀଙ୍କୁ ଆଣି ସୋନପୁରସ୍ଥିତ ଭଡ଼ାଘରେ ରଖିଥିଲେ । ଗତକାଲି ଉଭୟ ଯନ୍ତ୍ରୀ ଶ୍ରୀ ସେଠୀ ଏବଂ ଗଣେଶ ସାହୁ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଏନେଇ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଆଇଆଇସି ପୁଷ୍ପେନ୍ଦୁ ସାଗର ଘଟଣାର ତଦନ୍ତ କରୁଛନ୍ତି ।