PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ପ୍ରେମିକାକୁ ଛୁରୀ ଭୁସି ହତ୍ୟା କଲା ସଇତାନ ପ୍ରେମିକ, ମୃତଦେହ ଉପରେ ନେଲପଲିସରେ ଲେଖିଲା ଏମିତି ମେସେଜ୍‌

ମୁମ୍ବାଇ ୨୮।୭: ଜଣେ ବ୍ୟକ୍ତି ତାଙ୍କ ଗର୍ଲଫ୍ରେଣ୍ଡ ଉପରେ ଏତେ ରାଗିଯାଇଥିଲା କି ଆଗ ପଛ ନଭାବି ତାଙ୍କୁ ଜୀବନରୁ ମାରି ଦେଲା। ତାହା ପୁଣି ଅତି ନିର୍ମମ ଭାବେ । ଛୁରୀ ଭୁସି ହତ୍ୟା କରିବା ପରେ ଯୁବତୀଙ୍କ ମୃତଦେହ ଉପରେ କିଛି ସଙ୍କେତ ଛାଡ଼ି ଚାଲିଯାଇଛି। ସେ ଗାର୍ଲଫ୍ରେଣ୍ଡଙ୍କ ମୃତଦେହ ଉପରେ ସଙ୍କେତ ଦେବା ପାଇଁ ଗୋଟିଏ ବାକ୍ୟ ଲେଖିଥିଲା।

ବ୍ରିଟେନର ୨୯ ବର୍ଷୀୟ ଇମୋଜେନ ବୋହାଜୁକଙ୍କ ମୃତଦେହ ଗ୍ରେଟର ମଞ୍ଚେଷ୍ଟରର ଓଲ୍ଡହମରେ ଥିବା ତାଙ୍କ ଫ୍ଲାଟରେ ମିଳିଥିଲା। ପୋଲିସ ସେଠାରେ ପହଞ୍ଚିବା ପରେ ସେମାନେ ଦେଖିଥିଲେ ଯେ ଇମୋଜେନଙ୍କ ଶରୀରରେ ଛୁରୀରେ ଆଘାତ ଲାଗିଛି। ସେ ବିଛଣାରେ ଶୋଇଥିଲେ। ତାଙ୍କର ପ୍ରିୟ ପରଫ୍ୟୁମ ଏବଂ ସଫ୍ଟ ଟୟ ସଜା ହୋଇକି ରଖାଯାଇଥିଲା । ଏହି ମାମଲାରେ ଯୁବତୀଙ୍କ ପ୍ରେମିକା ୪୧ ବର୍ଷିୟ ଡାନିଏଲ ସ୍ମିଥଙ୍କୁ ଗିରଫ କରାଯାଇଛି। ଜାଣିବାକୁ ମିଳିଛି ​​ଯେ ସେ କିଛି ସମୟ ପାଇଁ ଇମୋଜେନଙ୍କ ବ୍ୟାଙ୍କ କାର୍ଡ ବ୍ୟବହାର କରୁଥିଲା। ଆକାଉଣ୍ଟ ଖାଲି କରିବାର ଦୁଇ ସପ୍ତାହ ପୂର୍ବରୁ ସେ ଯୁବତୀଙ୍କୁ ହତ୍ୟା କରିଥିଲେ।

ସ୍ମିଥ୍କୁ ମଞ୍ଚେଷ୍ଟର କ୍ରାଉନ୍ କୋର୍ଟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଅତି କମରେ ସାଢ଼େ ୧୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କୋର୍ଟ ଶୁଣାଣି ଏବଂ ପୋଲିସର ଯାଞ୍ଚରୁ ଜଣାପଡିଛି ଯେ ସ୍ମିଥ କିପରି ତାଙ୍କ ଗର୍ଲଫ୍ରେଣ୍ଡକୁ ଅତି ନିର୍ମମ ଭାବରେ ହତ୍ୟା କରିଛି। ମୃତ୍ୟୁ ପରେ ସେ ନେଲପଲିସରେ ଗର୍ଲଫ୍ରେଣ୍ଡର ମୃତ ଦେହରେ ଲେଖିଥିଲା – ‘ସେ ମୁଁ ଥିଲି’ । ଅର୍ଥାତ୍ ସେ ସଙ୍କେତ ଦେବାକୁ ଚାହୁଁଥିଲା ଯେ ହତ୍ୟା କରିଥିବା ବ୍ୟକ୍ତି ସେ ନିଜେ। ଏହା ପରେ, ସେ ନିୟମିତ ଭାବରେ ଇମୋଜେନଙ୍କ ଶରୀରକୁ ଖେଳନାରେ ସଜେଇ ବେଡ୍‌ରେ ଶୁଆଇଦେଉଥିଲା। ଏକ ଅଦ୍ଭୁତ ଉପାୟରେ ତାଙ୍କ ଶରୀର ଉପରେ ଏକ ଡିଜାଇନ୍ ତିଆରି କରାଯାଇଥିଲା ।

ସମ୍ବନ୍ଧିତ ଖବର