PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ପ୍ରେମରେ ଜିଦିଆ ହୋଇଥାନ୍ତି ଏହି ରାଶିର ଝିଅମାନେ, ୨୦୨୦ରେ ସେମାନଙ୍କୁ ମିଳିବ ଏହି ଖାସ୍ ଉପହାର…

୧୨ ପ୍ରକାରର ରାଶି ଥାଏ ଏବଂ ପ୍ରତ୍ୟେକ ରାଶିର ବ୍ୟକ୍ତିମାନଙ୍କର ସ୍ବଭାବ ଭିନ୍ନ ଭିନ୍ନ ହୋଇଥାଏ। ମହିଳାମାନେ ବି ରାଶି ଅନୁସାରେ ଭଲ ଓ ଖରାପ ସ୍ବଭାବର ହୋଇଥାନ୍ତି। ତେବେ ଅନ୍ୟ ରାଶି ମଧ୍ୟରୁ ମେଷ ରାଶିର ମହିଳା ସବୁବେଳେ ପ୍ରକୃତ ପ୍ରେମ ଖୋଜିବାରେ ବ୍ୟସ୍ତ ଥାନ୍ତି ଆଉ ଏଥିପାଇଁ ସେମାନେ ପ୍ରକୃତ ପ୍ରେମ କରୁଥିବା ପୁରୁଷଙ୍କ ପ୍ରତି ବେଶୀ ଆକର୍ଷିତ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ରାଶିର ମହିଳାମାନଙ୍କ ସ୍ବଭାବ ସମ୍ପର୍କରେ..

ମେଷ ରାଶିର ମହିଳାମାନେ  ପ୍ରେମରେ ବହୁତ ଜିଦିଆ ସ୍ୱଭାବର ହୋଇଥାଆନ୍ତି। ଏମିତିକି ଏହି ରାଶିର ମହିଳାମାନେ ନିଜ ଜୀବନସାଥୀ ପାଇଁ ସବୁକିଛି ତ୍ୟାଗ କରନ୍ତି। ଏହି ରାଶିର ମହିଳାମାନେ ଜନ୍ମରୁ ଭାବୁକ ପ୍ରବୃତ୍ତି ହୋଇଥାନ୍ତି। ମେଷ ରାଶିର ମହିଳାମାନେ ଘର ଜଡିତ ନିଷ୍ପତ୍ତିକୁ ନିଜେ ନେବାକୁ ପସନ୍ଦ କରିଥନ୍ତି। ଏହି କାରଣରୁ ସେମାନେ ଚାହିଁଥାନ୍ତି କି ତାଙ୍କ ସ୍ବାମୀ ସବୁବେଳେତାଙ୍କ ଇଶାରାରେ ରହୁ ଏବଂ ତାଙ୍କର ସମସ୍ତ କଥା ଶୁଣୁ ବୋଲି ଏହି ମହିଳାମାନେ ଚାହାନ୍ତି।  

ସବୁଠୁ ଭଲ କଥା ହେଲା କି, ଏମାନେ ଘରର ଯତ୍ନ ବା ଜିଷିଷପତ୍ରକୁ ଏଣେତେଣେ ନ ପକାଇ ଭଲ ଭାବେ ରଖିବା ଦାୟିତ୍ବ ଏମାନଙ୍କ ପାଖରେ ଥାଏ। ତେବେ ଏସବୁ ପାଇଁ ତାଙ୍କ ଜୀବନସାଥୀ ତାଙ୍କୁ ସବୁ କାମରେ ସହଯୋଗ କରନ୍ତୁ ବୋଲି ସେମାନେ ଚାହାନ୍ତି।  

ମେଷ ରାଶିର ମହିଳାମାନେ ରାଗିଲେ ଶୀଘ୍ର ଶାନ୍ତ ହୁଅନ୍ତି ନାହିଁ। ସେମାନଙ୍କୁ ବୁଝାଇବା ଟିକେ କଷ୍ଟକର ହୋଇଥାଏ। ହେଲେ ଏହି ରାଶିର ମହିଳାମାନେ କଠିନ ପରିସ୍ଥିତିରେ ନିଜକୁ କାବୁ କରିପାରନ୍ତି। କେବଳ ସେତିକି ନୁହଁ ନିଜ ସମସ୍ୟାକୁ ନିଜେ ସମାଧାନ କରିବାକୁ ଚାହାନ୍ତି ।

ନିଜ ଜୀବନରେ ଏବଂ ମୁଖ୍ୟ ନିଷ୍ପତ୍ତି ନେବାରେ ପୁରୁଷଙ୍କ ହସ୍ତକ୍ଷେପ ସେମାନଙ୍କୁ ପସନ୍ଦ ହୋଇନଥାଏ।  ଏମାନଙ୍କୁ ଶକ୍ତିଶାଳୀ ଜୀବନସାଥୀ ପସନ୍ଦ ଯିଏ ସବୁ ପରିସ୍ଥିତି ସାମ୍ନା କରିବାକୁ ପ୍ରସ୍ତୁତ ଥାଆନ୍ତି। ଏମାନେ ଜୀବନକୁ ପୁରା ଯୋଶ୍ ଏବଂ ଉତ୍ସାହର ସହିତ ବଂଚିବାକୁ ପସନ୍ଦ କରିଥାନ୍ତି। କଠିନ ପରିସ୍ଥିତିରେ ବି ଏମାନେ ସକରାତ୍ମକ ରହିଥାନ୍ତି।

ମେଷ ରାଶିର ମହିଳାଙ୍କୁ ବିବାହ କରିବା ଭଲ ହୋଇଥାଏ କାରଣ ଘରକୁ ଏମାନେ ଭଲ ଭାବେ ସମ୍ଭାଳି ରଖିପାରନ୍ତି। ଏହି ରାଶିର ମହିଳାମାନେ ମଧ୍ୟ ଭଲ ଖାଦ୍ୟ ତିଆରି କରନ୍ତି। ଘର ସଜାଇ ରଖିବା ଓ ସଫା ରଖିବାରେ ବେଶ୍‌ ଧୁରନ୍ଦର ମେଷ ରାଶିର ଝିଅମାନେ।

ମେଷ ରାଶିର ମହିଳାଙ୍କୁ ଶକ୍ତିଶାଳୀ ଜୀବନସାଥୀ ପସନ୍ଦ ହୋଇଥାଏ, ଯେଉଁମାନେ ପ୍ରୋଫିଟ୍ ପାଇଁ ରିସ୍କ ନେବା ପ୍ରସ୍ତୁତ ଥାନ୍ତି। ସାଙ୍ଗମାନଙ୍କ ସହିତ ଦୋସ୍ତି ନିଭାଇବାରେ ଏମାନେ ଯେତିକି ମାହିର ଥାନ୍ତି ଶତ୍ରୁଙ୍କ ସହିତ ମଧ୍ୟ ଶତ୍ରୁତାଭାବ ନିଭାଇବାରେ ସେତିକି ମାହିର ଥାନ୍ତି।

୨୦୨୦ ମସିହା ଆରମ୍ଭରେ ମେଷ ରାଶିର ମହିଳାମାନଙ୍କୁ ପାଇଁ ଅତ୍ୟନ୍ତ ଶୁଭ ରହିବ। ଯେଉଁମାନେ ସିଙ୍ଗଲ ଅଛନ୍ତି ସେମାନଙ୍କୁ ୨୦୨୦ରେ ଲଭ୍ ପାର୍ଟନର ମିଳିଯିବେ।  ଯଦି କାହାକୁ ପ୍ରେମ ନିବେଦନ କରିବାର ଅଛି ତାହେଲେ ୨୦୨୦ ଫେବୃଆରୀ ଓ ମାର୍ଚ୍ଚ ମାସରେ କରିପାରିବେ।