ଛାତ୍ରୀଙ୍କୁ ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ, ସହଯୋଗୀ ଫେରାର୍‌

ଭୁବନେଶ୍ୱର ୮/୯: ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗରେ ସହିଦନଗର ଥାନା ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ତାଙ୍କ ନାମ ଅକ୍ଷୟ ଦାସ (୨୨) । ଘର ଖୋର୍ଦ୍ଧା କୁମ୍ଭିଲୋ । ସେ ସହିଦନଗର ଅଞ୍ଚଳରେ ରହୁଥିଲେ । ପୁଲିସ ସୂଚନା ଅନୁଯାୟୀ, ସହିଦନଗର ଅଞ୍ଚଳରେ ଥିବା ଏକ କଲେଜରେ ଜଣେ ଛାତ୍ରୀ ପଢ଼ୁଛନ୍ତି । ତାଙ୍କ ସହିତ ଅକ୍ଷୟଙ୍କ ଏକ ନିଯୁକ୍ତି ମେଳାରେ ସାକ୍ଷାତ ହୋଇଥିଲା । ସେଠାରେ ଅକ୍ଷୟ ସଂପୃକ୍ତ ଛାତ୍ରୀଙ୍କୁ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଗତ ୩୧ ତାରିଖରେ ଛାତ୍ରୀ ଜଣଙ୍କ କଲେଜରେ କ୍ଲାସ୍‌ କରୁଥିବା ସମୟରେ ତାଙ୍କ ନିକଟକୁ ଅକ୍ଷୟ ଫୋନ୍‌ କରିଥିଲେ । ତୁମ ପାଇଁ ଚାକିରି ଯୋଗାଡ଼ କରିଛି, ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ କହି କଲେଜ ବାହାରକୁ ଡକାଇଥିଲେ । ସଂପୃକ୍ତ ଛାତ୍ରୀ କଲେଜ ଗେଟ୍‌ ନିକଟକୁ ଆସିବା ପରେ ଅକ୍ଷୟ ତାଙ୍କୁ କାର୍‌ରେ ବସିବାକୁ କହିଥିଲେ । କାର୍‌ରେ ଆଉ ଦୁଇ ଜଣ ମଧ୍ୟ ଥିଲେ । ଛାତ୍ରୀ କାର୍‌ରେ ବସିବା ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଗଞ୍ଜାମ ନେଇ ପଳାଇଥିଲେ । ସେଠାରେ ତାଙ୍କୁ ଅକ୍ଷୟ ବଳାତ୍କାର କରିଥିଲେ । ଅପହରଣ ଖବରପାଇ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା ।

ବିଶ୍ୱସ୍ତସୂତ୍ରରୁ ଖବରପାଇ ପୁଲିସ ଗତକାଲି ଛାତ୍ରୀଙ୍କୁ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ବସ୍ତିରୁ ଉଦ୍ଧାର କରିବା ସହ ଅକ୍ଷୟଙ୍କୁ ଉଠାଇ ନେଇଥିଲା । ଆଜି ଅକ୍ଷୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଅନ୍ୟ ଅଭିଯୁକ୍ତ ଫେରାର୍‌ ହୋଇ ଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

   ସମ୍ବନ୍ଧିତ ଖବର


ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଆମେରିକାରେ ‘ଭଣ୍ଡଗୁରୁ’: ଯୁବତୀଙ୍କୁ ପ୍ରଭାବିତ କରି କରୁଥିଲେ ଯୌନଦାସି, ୧୨୦ ବର୍ଷ ଜେଲ ନିର୍ଦ୍ଦେଶ ଦେଲେ ଅଦାଲତ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ