ଭାରତରେ ଜେନେଟାକ୍‌ ଟାବଲେଟ୍‌ ଆଉ ବ୍ୟବହୃତ ହେବନି ! ଔଷଧ ତିଆରି ବନ୍ଦ ନେଇ ନିଷ୍ପତ୍ତି ନେଲା କମ୍ପାନୀ ….

ନୂଆଦିଲ୍ଲୀ –  ଗୁରୁବାର ଦିନ ଗ୍ଲାକ୍ସୋ ସ୍ମିଥକାଇନ୍ (GlaxoSmithKline) ଫାର୍ମାସ୍ୟୁଟିକାଲ୍ସ  ଏକ ଦୃଢ଼ ନିଷ୍ପତ୍ତି ନେଇଛି । କହିଛି ଦେଶରେ ହୃଦଘାତର ଚିକିତ୍ସା ତଥା ଏହାକୁ ରୋକିବାରେ ବ୍ୟବହୃତ ଜିନେଟାକ୍ ଟାବଲେଟର ଉତ୍ପାଦନ ତଥା ବିକ୍ରୟ ବନ୍ଦ କରିବାକୁ ଯାଉଛି।

ଭାରତରେ ନିର୍ମିତ ଜିନେଟାକ୍ ଟାବଲେଟ୍ (୧୫୦mg ଏବଂ ୩୦୦mg ଉତ୍ପାଦ)ର ଉତ୍ପାଦନ ତଥା ଯୋଗାଣ ବନ୍ଦ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି ଏବଂ ଠିକ୍ ସମୟରେ ଔଷଧ ସହିତ ଜଡିତ ମାର୍କେଟିଂ ପ୍ରାଧିକରଣ ବାତିଲ କରିବାକୁ ଅନୁରୋଧ କରିବ ବୋଲି ଗ୍ଲାକ୍ସୋ ସ୍ମିଥକାଇନ୍ ଫାର୍ମାସ୍ୟୁଟିକାଲ୍ସ ଏକ ନିୟାମକ ପତ୍ରରେ କହିଛି।

ଆସନ୍ତା ମାସରେ, ଏହି ଔଷଧ ସଂସ୍ଥା ନିୟାମକ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବ ବୋଲି ଏଥିରେ କୁହାଯାଇଛି।

ଜିନାଟେକ୍ (ରାନିଟିଡାଇନ୍) ପ୍ରଡକ୍ଟରେ ଥିବା N-Nitrosodimethylamine (NDMA) କ୍ୟାନସର ସୃଷ୍ଟି କରୁଥିବା ନେଇ ଚିହ୍ନଟ ବିଷୟରେ ନିୟାମକ କର୍ତ୍ତୃପକ୍ଷଙ୍କ (regulatory authorities) ସହ ଏହି ଔଷଧ ସଂସ୍ଥା ଯୋଗାଯୋଗ କରିଥିଲା ।

ପ୍ରାପ୍ତ ସୂଚନା ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସହ ସମ୍ୱାଦ ପତ୍ର ଉପରେ ଆଧାର କରି କମ୍ପାନୀ ସେପ୍ଟେମ୍ବର ୨୦୧୯ ରେ ସମସ୍ତ ରାନିଟାଇଡାଇନ୍ ଉତ୍ପାଦକୁ ବଜାରରୁ ସ୍ୱେଚ୍ଛାକୃତ ପ୍ରତ୍ୟାହାର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

   ସମ୍ବନ୍ଧିତ ଖବର


ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ବାଇକ୍ ସାନିଟାଇଜ୍ କରୁଥିଲେ କର୍ମଚାରୀ, ହଠାତ୍ ଲାଗି ନିଆଁ ଲାଗିବା ପରେ ସମ୍ପୂର୍ଣ୍ଣ ଜଳିଗଲା

ଫୋନରୁ ଖୋଜି ଖୋଜି ସବୁ ଚାଇନିଜ୍ ଆପ୍ସକୁ ଡିଲିଟ୍ କରିବ ଏହି ଭାରତୀୟ ଆପ୍: ଖାଲି ଥରେ ଡାଉନଲୋଡ୍ କରନ୍ତୁ ବାସ୍, ସେତିକି…

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ବଢୁଛି ସୁନା-ରୂପା ଦାମ୍, ୨୦୨୧ ସୁଦ୍ଧା ଛୁଇଁପାରେ ୮୦ ହଜାର ଟଙ୍କା