ସେହଓ୍ବାଗଙ୍କୁ ଜବାବ ଦେଲେ ମାକ୍ସଓ୍ବେଲ, ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ମନଇଚ୍ଛା କୁହନ୍ତି

ନୂଆଦିଲ୍ଲୀ,୨୦/ ୧୦: ସରିଛି ଆଇପିଏଲ ହେଲେ ସରିନାହିଁ ଚର୍ଚ୍ଚା। ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହଓ୍ବାଗ କ୍ରିକେଟକୁ ନେଇ ମତ ରଖିଥାଆନ୍ତି। ଅନେକ ସମୟରେ କ୍ରିକେଟରଙ୍କୁ କଟାକ୍ଷ କରି ଚର୍ଚ୍ଚାରେ ରହିଥାଆନ୍ତି ସେହଓ୍ବାଗ। ନିକଟରେ ୟୁଏଇରେ ସରିଛି ଆଇପିଏଲ ଟୁର୍ଣ୍ଣାମେଣ୍ଟ। କିଙ୍ଗସ୍‌ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଳେନ୍‌ ମାକ୍ସଓ୍ବେଲ ଚଳିତ ସିଜିନରେ ଫ୍ଲପ୍‌ ହୋଇଥିଲେ। ଯାହାକୁ ନେଇ ମାକ୍ସଓ୍ବେଲଙ୍କୁ କଟାକ୍ଷ କରିଛନ୍ତି ସେହଓ୍ବାଗ। ସୂଚନାଥାଉକି, ନିକଟରେ ଗ୍ଲେନ୍‌ ମାକ୍ସଓ୍ବେଲଙ୍କୁ ୧୦ କୋଟିର ଚିୟର ଲିଡର ବୋଲି କହିଥିଲେ ସେହଓ୍ବାଗ୍। କାରଣ ପଞ୍ଜାବ ଦଳ ମାକ୍ସଓ୍ବେଲଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେଇ କିଣିଥିଲା।

ଆଇପିଏଲ ୨୦୨୦ରେ ଯେଉଁ ନାମିଦାମୀ ଖେଳାଳି ମାନେ ଖରାପ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ କରିଥିଲେ ସେହଓ୍ବାଗ। ପରେ ସେହଓ୍ବାଗ ତାଙ୍କ ଶୋ ‘ବୀରୁକି ବୈଠକ’ରେ ମାକ୍ସଓ୍ବେଲଙ୍କୁ ୧୦ କୋଟିର ଚିୟରଲିଡର’ ବୋଲି କହିଥିଲେ। ଏଥିସହିତ ଛୁଟିରେ ରହିବା ଦରକାର ବୋଲି କହିଥିଲେ। ସୂଚନାଥାଉକି, ମାକ୍ସଓ୍ବେଲ ଚଳିତ ଆଇପିଏଲ ସିଜିନରେ ମୋଟ ୧୩ଟି ମ୍ୟାଚ୍‌ ଖେଳି ୧୦୩ରନ୍‌ ସ୍କୋର କରିଥିଲେ। ଏପରିକି ଟୁର୍ଣ୍ଣାମେଣ୍ଟରେ ଗୋଟିଏବି ଛକା ମାରି ନାହାନ୍ତି ମାକ୍ସଓ୍ବେଲ।

ସେହଓ୍ବାଗଙ୍କ କଟାକ୍ଷର ପ୍ରତିକ୍ରିୟା ରଖିଛନ୍ତି ଗ୍ଲେନ୍‌ ମାକ୍ସଓ୍ବେଲ୍। ସେ କହିଛନ୍ତି ଯେ, ଭାରତର ପୂର୍ବତନ ବ୍ୟାଟସମ୍ୟାନ୍‌ଙ୍କ ମନ୍ତବ୍ୟକୁ ନେଇ ଆଦୌ ଚିନ୍ତିତ ନୁହନ୍ତି। ଏହା ପ୍ରଥମ ଥର ନୁହେଁ ସେ ପୂର୍ବରୁ ବହୁବାର ବହୁ ଖେଳାଳିଙ୍କୁ କହି ସାରିଲେଣି ବୋଲି ମାକ୍ସଓ୍ବେଲ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବୀରୁଙ୍କୁ ଯାହା ଠିକ୍‌ ଲାଗିଲା ସେ କହିଲେ। ତାଙ୍କୁ ଯାହା ବି ପସନ୍ଦ ସେ କହିପାରିବେ ସେଟା ତାଙ୍କ ଅଧିକାର। ସେଥିପାଇଁ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ କଥାକୁ ଭୃକ୍ଷେପ ନକରି ମୋତେ ଅଗାକୁ ଯିବାକୁ ପଡ଼ିବ ବୋଲି ମାକ୍ସଓ୍ବେଲ କହିଛନ୍ତି।

   ସମ୍ବନ୍ଧିତ ଖବର


ଏଠି ପ୍ରତିବର୍ଷ କୁକୁର ଓ ବିଲେଇ କରନ୍ତି Blood Donation, ବଞ୍ଚୁଛି ଅନେକ ଜୀବନ…

ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ