PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ସାରା ବିଶ୍ୱରେ ବଡ଼ ସମସ୍ୟା ସୃଷ୍ଟି କରୁଛି ଗ୍ଲୋବାଲ ୱାର୍ମିଂ, ମଧୁର ଜଳ ହ୍ରଦର ଅକ୍ସିଜେନ୍‌ ସ୍ତରରେ ଦ୍ରୁତ ହ୍ରାସ ଘଟୁଛି

ନୂଆଦିଲ୍ଲୀ : ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱରେ ବଡ଼ ସମସ୍ୟା ସୃଷ୍ଟି କରୁଛି ।  ଏଥିରେ ମଣିଷ ଜୀବନ ଉପରେ ବିନାଶକାରୀ ପ୍ରଭାବ ପଡ଼ୁଛି । ଏହାର କାରଣ ପାଣିପାଗରେ ପରିବର୍ତ୍ତନ ଓ ଲଗାତାର ଗ୍ଲାସିୟର ତରଳିବା ଖାଲି ଚିନ୍ତାର ବିଷୟ ନୁହେଁ , ଏବେ ଏକ ନୂଆ ଅଧ୍ୟୟନରେ ସାମନାକୁ ଆସିଛି କି ଏହି ଜଳବାୟୁ ପରିବର୍ତ୍ତନର କାରଣରୁ ଦୁନିଆ ସାରାର ହ୍ରଦରେ ଅକ୍ସିଜେନ୍‌ର ସ୍ତର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଅଧ୍ୟୟନକାରୀ ଏହାକୁ ବହୁତ ଚିନ୍ତାଜନକ ମାମଲା ବୋଲି ଆଖ୍ୟା ଦେଉଛନ୍ତି , କାରଣ ଏହାର ସିଧା ପ୍ରଭାବ ମଣିଷ ଓ ଜୀବଜନ୍ତୁଙ୍କ ଉପରେ ପଡ଼ିବ।

ନ୍ୟୁୟର୍କର ରେନ୍ସସେଲର ପଲିଟେକ୍ନିକ୍‌ ଇନଷ୍ଟିଚ୍ୟୁଟ୍‌ର ଗବେଷକମାନେ ମହତ୍ତ୍ୱପୂର୍ଣ୍ଣ ଅଧ୍ୟୟନ କରିଛନ୍ତି। ସେମାନେ କହିଛନ୍ତି କି ଦୁନିଆ ସାରାର ହ୍ରଦରେ ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବ ଦେଖିବାକୁ ମିଳିଛି। ଏଥିଯୋଗୁଁ ପୃଥିବୀରେ ଥିବା ହ୍ରଦ ଦ୍ରୁତତର ଭାବେ ଅକ୍ସିଜେନ୍‌ ହରାଉଛି ।

ଉଲ୍ଲେଖନୀୟ ଯେ, ମିଠା ବା ମଧୁର ପାଣିର ହ୍ରଦ ଗୁଡ଼ିକ ମନୁଷ୍ୟ , ବନ୍ୟ ଜୀବ ଓ ସୂକ୍ଷ୍ମ ଜୀବଙ୍କ ପାଇଁ  ଉତ୍ତମ ଜଳସ୍ରୋତ ଅଟେ । ମିଠା ପାଣିରେ ଅକ୍ସିଜେନ୍‌ର ହ୍ରାସରୁ ମନୁଷ୍ୟ ପାଇଁ ଜୈବ ବିବିଧତା ଓ ପିଇବା ପାଣିର ଗୁଣବତ୍ତାକୁ ବିପଦ ହୋଇଛି ।

ସମ୍ବନ୍ଧିତ ଖବର