PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଅଜବ ହେଲେ ବି ସତ : ହାଇଟେକ୍ ପ୍ରକ୍ରିୟାରେ ହେବ ଷଣ୍ଢଙ୍କ ସ୍ବୟଂମ୍ବର, ୨୦୦ ଷଣ୍ଢଙ୍କର ହେଲା ଜାତକ ପ୍ରସ୍ତୁତ

ଭୋପାଳ ୨୪।୧୨: ପୁଅ କି ଝିଅ ନୁହେଁ ହେବ ଷଣ୍ଢଙ୍କ ସ୍ବୟମ୍ବର। ଶୁଣିବାକୁ ଅଡୁଆ ଲାଗୁଥାଇପାରେ କିନ୍ତୁ କଥାଟି ସତ। ତାହା ପୁଣି ଏମିତି ସେମିତି ନୁହେଁ ହାଇଟେକ୍ ପ୍ରକ୍ରିୟାରେ ହେବ ଷଣ୍ଢଙ୍କ ସ୍ବୟମ୍ବର। ଏଭଳି ଅଜବ ଘଟଣା ଶୁଣିବାକୁ ମିଳିଛି ମଧ୍ୟପ୍ରଦେଶରେ। ଯାହାକୁ ଗୋ-ସ୍ବୟଂମ୍ବର କୁହାଯାଉଛି।

ଏବେ ମଧ୍ୟପ୍ରଦେଶର ଗାଈ ମାଲିକମାନେ ନିଜ ଗାଈଙ୍କ ପାଇଁ ଉପଯୁକ୍ତ ଯୋଡ଼ି ଖୋଜିପାରିବେ। ପ୍ରାରୀ ସମ୍ପଦ ବିଭାଗ ଏଥିପାଇଁ ଇମ୍ପପ୍ରେସିଭ୍ ମ୍ୟାଚମେକିଂ ଡାଟାବେସ୍ (Impressive matchmaking database) ପ୍ରସ୍ତୁତ କରିଛନ୍ତି। ଯାହାର ନାଁ ‘ସାଏରେ ଡାରୋକ୍ଟୋରି’ ଦିଆଯାଇଛି। ଏଥିରେ ପ୍ରାୟ ୨୦୦ ସୁସ୍ଥସବଳ ଷଣ୍ଢଙ୍କ ତାଲିକା ରହିଛି। ଯେଉଁଥିରେ ସେମାନଙ୍କ ଲାଇଫ-ହିଷ୍ଟ୍ରିରୁ ଆରମ୍ଭ କରି ପ୍ରଜନନ ତଥା ଦୁଗ୍ଧ ଉତ୍ପାଦନକାରୀ କ୍ଷମତା, ବୟସ, ରୋଗ ଆଦି ତଥ୍ୟ ସମ୍ପୂର୍ଣ୍ଣ ସୂଚନା ରହିଛି।

ଜଣେ ଅଧିକାରୀଙ୍କ କହିବାନୁସାରେ, ମଧ୍ୟପ୍ରଦେଶରେ ଉପଲବ୍ଧ ୧୬ ପ୍ରଜାତିରୁ ସର୍ବଶ୍ରେଷ୍ଠ ପ୍ରଜନନ ଯୋଗ୍ୟ ଷଣ୍ଢଠାରୁ ଗର୍ଭାଧାନ ପାଇଁ ସବୁଠୁ ଭଲ ବୀର୍ଯ୍ୟ (Seaman) ପ୍ରାପ୍ତ କରାଇବା ଏହାର ମୂଖ୍ୟ ଲକ୍ଷ୍ୟ ଅଟେ। ଏହି ୨୦୦ ଷଣ୍ଢକୁ ଭୋପାଳର ସେଣ୍ଟ୍ରାଲ ସିମେନ୍ ଷ୍ଟେସନ ଅଣାଯାଇଛି। ଏହି ଡାରୋକ୍ଟୋରି ପ୍ରାଣୀ ସମ୍ପଦ ମନ୍ତ୍ରୀ ଲକ୍ଷ୍ମଣ ସିଂହ ଯାଦବ ଗତ ଶନିବାର ଏହି ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ଏହାକୁ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଚି। ଯେଉଁଥିରେ ଷଣ୍ଢଙ୍କ ସମ୍ପର୍କରେ ଯଥାସମ୍ଭବ ତଥ୍ୟ ରହିଛି।



ସମ୍ବନ୍ଧିତ ଖବର