ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା ଏମିତି ଭାବରେ ବୃଦ୍ଧି ପାଉଛି ଯେ, ଯେଉଁଥିପାଇଁ ଅନେକ ସମୟରେ ବିରୋଧୀ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳମାନେ ଶାସକ ବିଜେପିକୁ ଘେରିବାରେ ଲାଗିଛନ୍ତି । ତେବେ ଏହାର ଜବାବରେ ବିଜେପି ବିଭିନ୍ନ ସମୟରେ ଏହାର ଉତ୍ତର ରଖୁଛି । ଜନଧନ ଆକାଉଣ୍ଟରେ କେତେ ଖାତା ଖୋଲାଯାଇଛି, କେତେଜଣ ଷ୍ଟାଣ୍ଡ ଅପ୍‌, ଷ୍ଟାର୍ଟ ଅପ ମାଧ୍ୟମରେ କେତେଜଣଙ୍କୁ ରୋଜଗାର ଦିଆଯାଇଛି । ଏପରିକି କେତେ ପରିମାଣର ଟଙ୍କା ଲୋନ ଆକାରରେ ବଣ୍ଟା ଯାଇଛି ତାହାର ଉତ୍ତର ମଧ୍ୟ ଦେଇଛି ବିଜେପି । କିନ୍ତୁ ଏସବୁ ଭିତରେ କଂଗ୍ରେସ କହିଛି ଯେ ଗତ ୪୫ ବର୍ଷ ମଧ୍‌ୟରେ ସର୍ବାଧିକ ବେକାରୀ ହେଉଛି ବିଜେପି ସରକାରରେ । ଏହାର ଜବାବରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି ଯେ ଭଗବାନ ବି ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ ।

ଗ୍ରାମପଞ୍ଚାୟତ ପ୍ରତିନିଧି ମାନଙ୍କୁ ଓ୍ବେବିନାର ମାଧ୍ୟମରେ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି  ଯେ, ସମସ୍ତଙ୍କୁ ସରକାରୀ ଚାକିରି ଦେବା ସମ୍ଭବ ନୁହେଁ । ଯଦି ବଗବାନ କାଲି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ୧୦୦ ପ୍ରତିଶତ ସରକାରୀ ଚାକିରି ସେ ଦେବା ସମ୍ଭବ ନୁହେଁ । ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରହିଛି କି ଲୋକମାନେ ରୋଜଗାରର ସାମ୍ନା କରୁକରୁ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଆ ସରକାରଙ୍କ ତରଫରୁ ରୋଜଗାରର ସାଧନକୁ ବଢା ଯାଉଛି । ଯେଉଁ ରାଜନୈତିକ ଦଳମାନେ ଏବେ ହତାସ ହୋଇପଡିଛନ୍ତି ସେମାନଙ୍କର ଆଉ କୌଣସି ମୁଦ୍ଧା ନାହିଁ, ଯାହାକୁ ସେମାନେ ପ୍ରସଙ୍ଗ କରିବେ । ସେଥିପାଇଁ ସେମାନେ ଏହାକୁ ବାରମ୍ବାର ପ୍ରସଙ୍ଗ କରୁଛନ୍ତି । ସରକାର ଲୋକଙ୍କ ଯୋଗ୍ୟତା ମୁତାବକ ରୋଜଗାର ପାଇଁ ମାଧ୍ୟମ ଯୋଗାଇଦେଉଛନ୍ତି ।