PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ଗୋଆର ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାଓ୍ବନ୍ତ, ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ

ପାଣାଜୀ,୧୯।୩: ଗୋଆର ନୂତନ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାଓ୍ବନ୍ତ ଦାୟିତ୍ବ ଗ୍ରହର କରିଛନ୍ତି। ଗତକାଲି ମଧ୍ୟ ରାତ୍ରୀରେ ସେ ଶପଥ ନେବାପରେ ଆଜି ପଦଭାର ଗ୍ରହଣ କରିଛନ୍ତି। ଗତକାଲି ରାତି ୨ଟାରେ ରାଜଭବନରେ ଆୟୋଜିତ ସମାରୋହରେ ପ୍ରମୋଦ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ପ୍ରମୋଦଙ୍କୁ ଗୋଆର ରାଜ୍ୟପାଳ ମୃଦୁଳା ସିହ୍ନା ପଦ ଓ ଗୋପନୀୟତାର ଶପଥ କରାଇଥିଲେ। ଶପଥ ସମାରୋହ ପରେ ପ୍ରମୋଦ ସାଓ୍ବନ୍ତ କହିଛନ୍ତି ଦଳ ମୋତେ ଯେଉଁ ଦାୟିତ୍ବ ଦେଇଛି, ମୁଁ ତାକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରିବି।  

ଗୋଆର ୧୩ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ପ୍ରମୋଦ ସାଓ୍ବନ୍ତଙ୍କ ସହ ନୂତନ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ଦୁଇ ଉପ-ମୁଖ୍ୟମନ୍ତ୍ରୀ ସହଯୋଗୀ ଦଳର ରହିବେ। ଗୋଆର ସହଯୋଗୀ ଦୁଇଦଳ ଏମଜିପି ଓ ଜେଏଫପି ଏବଂ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ପତ୍ର ମିଳିବା ପରେ ବିଜେପି ସରକାର ଗଠନ କରିଥିଲା। ପାରିକରଙ୍କ ପରଲୋକ ପରେ ବିଜେପି ଦୁଇ ସହଯୋଗୀ ଦଳଙ୍କୁ ମନାଇବାକୁ ଚେଷ୍ଟା କରିଥିଲା। ଗୋଆର ଫରଓ୍ବାର୍ଡ ପାର୍ଟିର ମୁଖ୍ୟ ବିଜୟ ସରଦେଶାଇ ଓ ମହାରାଷ୍ଟ୍ର ଗୋମନ୍ତକ ଦଳର ବିଧାୟକ ସୁଦିନ ଧଓ୍ବାଲିକର ଉପମୁଖ୍ୟମନ୍ତ୍ରୀ ହେବେ।

ଗୋଆର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରମୋଦ ସାଓ୍ବନ୍ତ କହିଛନ୍ତି ମୋତେ ରାଜନୀତିକୁ ଆଣିବାର ଶ୍ରେୟ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କୁ ଦେଉଛି। ଆଜି ଯାହା କିଛି ବି ମୁଁ ହୋଇପାରିଛି କେବଳ ତାଙ୍କ ପାଇଁ ହୋଇପାରିଛି। ତାଙ୍କ ପାଇଁ ଗୋଆର ବାଚସ୍ପତି ହୋଇପାରିଥିଲି ବୋଲି କହଛନ୍ତି ସେ। ଉଲ୍ଳେଖନୀୟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର  ପାରିକରଙ୍କ ପରଲୋକ ଗତ ରବିବାର ହୋଇଛି। ଗତକାଲି  ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପାରିକରଙ୍କ ପରଲୋକ ପରେ ଗୋଆରେ ରାଜନୈତିକ ସଙ୍କଟ ଆରମ୍ଭ ହୋଇଯାଇଥିଲା। ଗୋଟିଏ ପଟେ କଂଗ୍ରେସ ସରକାର ଗଠନ କରିବାର ଦାବି କରିବା ବେଳେ ଦ୍ବିତୀୟ ପଟେ ବିଜେପି ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଥିଲା। ତେଣୁ ଅଧା ରାତିରେ ପ୍ରମୋଦ ସାଓ୍ବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ପଡିଥିଲା।