PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସୁଇମିଂ କୋଚ୍‌ ସୁରଜିତ୍‌କୁ ଦିଲ୍ଲୀରୁ ଗିରଫ କଲା ପୁଲିସ୍

ପାନାଜି ୭/୯ : ନାବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଅସଦାଚାରଣ କରି ଫେରାର ଥିବା ଗୋଆ ସୁଇମିଂ ଆସୋସିଏସନ୍‌ (ଜିସିଏ) କୋଚ୍‌ ସୁରଜିତ୍‌ ଗାଙ୍ଗୁଲିଙ୍କୁ ଗିରଫ କରାଯାଇଛି । ନୂଆଦିଲ୍ଲୀର କାଶ୍ମିରୀ ଗେଟ୍‌ ଅଞ୍ଚଳରୁ ଅଭିଯୁକ୍ତ କୋଚ୍‌ଙ୍କୁ ଗିରଫ କରାଯାଇଥିବା ନେଇ ସୁପରିଟେଣ୍ଡେଣ୍ଟ ଅଫ୍‌ ପୁଲିସ୍‌ (ନର୍ଥ ଗୋଆ) ଉତ୍‌କ୍ରିଷ୍ଟ ପ୍ରସୁନ ସୂଚନା ଦେଇଛନ୍ତି । ଗୋଆ ପୁଲିସ୍‌ ଗତ ଗୁରୁବାର ସୁରଜିତ୍‌ଙ୍କ ନାମରେ ବଳାତ୍କାର ଓ ଅପରାଧ ମାମଲା ରୁଜୁ କରିଥିଲା ।

ଶ୍ରୀ ପ୍ରସୁନ କହିଛନ୍ତି, ପୀଡ଼ିତା ନାବାଳିକା ଓ ତାଙ୍କ ବାପା ପଶ୍ଚିମବଙ୍ଗ ହୁଘଲି ଜିଲାର ରିସ୍‌ରା ଥାନାରେ ସୁରଜିତ୍‌ଙ୍କ ନାମରେ ଅସଦାଚାରଣ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଅସଦାଚାରଣ ଘଟଣା ଗୋଆର ମାପୁସାରେ ଘଟିଥିଲା । ଅଭିଯୋଗ ଆସିବା ପରେ ନର୍ଥ ଗୋଆ ପୁଲିସ୍‌ ଚଢ଼ାଉ ଆରମ୍ଭ କରିଥିଲା । ସୁରଜିତ୍‌ ବିଭିନ୍ନ ସହରରେ ଲୁଚି ବୁଲୁଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ନୂଆଦିଲ୍ଲୀର କାଶ୍ମୀର ଗେଟ୍‌ ଅଞ୍ଚଳରୁ ଗିରଫ କରାଯାଇଥିଲା ।’

ସୂଚନାଯୋଗ୍ୟ, ଜିସିଏ କୋଚ୍‌ ସୁରଜିତ୍‌ ଜଣେ ନାବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଅସଦାଚାରଣ କରୁଥିବାର ଫଟୋ ଓ ଭିଡିଓ ଭାଇରାଲ ହୋଇଯାଇଥିଲା । ଏହାପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କରିନେ ରିଜିଜୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିସିଏ ତାଙ୍କୁ କୋଚ୍‌ ପଦରୁ ବହିସ୍କୃତ କରିଥିବାବେଳେ ଭାରତୀୟ ସୁଇମିଂ ସଂଘ ତାଙ୍କୁ କୋଚିଂ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକଳାପରୁ ବାସନ୍ଦ କରିଥିଲା ।