PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଆପଣଙ୍କୁ ଆହୁରି ଭଲ ସୁଯୋଗ ମିଳିବ… ବିଦ୍ରୋହୀ ସ୍ବଭାବ ଦେଖାଉଥିବା ପାରିକରଙ୍କ ପୁଅଙ୍କୁ ବିଜେପିର ଅଫର

ପାଣାଜୀ,୧୮।୧: ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ସ୍ୱର୍ଗତଃ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ଗୋଆ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। କିନ୍ତୁ ବିଜେପି ସେଠାରୁ ପୂର୍ବତନ ମନ୍ତ୍ରୀ ଆଟାନସିଓ ବାବୁଶ ମୋନେସେରାଟେଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି। ବିଜେପି ଏହାକୁ ନେଇ ଏବେ ଅଡୁଆରେ ପଡିଛି। ବିଜେପି ଉତ୍ପଲ ପାରିକରଙ୍କୁ କହିଛି, ସେ ପାଣାଜୀ ବିଧାନସଭା ଆସନରୁ ନିର୍ବାଚନ ଲଢିବାର ନିଷ୍ପତ୍ତିକୁ ଛାଡି ଦିଅନ୍ତୁ ଓ ତାଙ୍କୁ ଭଲ ସୁଯୋଗ ଦିଆଯିବ। ଦଳ ପକ୍ଷରୁ ଉତ୍ପଲ ପାରିକରଙ୍କୁ ଅପିଲ କରାଯାଇଛି ଯେ, ସେ ପାଣାଜୀ ଆସନରୁ ନିର୍ବାଚନ ଲଢିବାର ଦାବି ଛାଡିଦିଅନ୍ତୁ ଓ ତାଙ୍କୁ ଅନ୍ୟ କେଉଁଠାରୁ ସୁଯୋଗ ଦିଆଯାଇପାରେ। ବିଜେପିରୁ ଉତ୍ପଲ ପାରିକଙ୍କ ଆଗରେ ଯେଉଁ ବିକଳ୍ପ ରଖାଯାଇଛି ସେଥିରେ ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢିବା କିମ୍ବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପଦ ଦିଆ ଯିବାର ଅଫର ରହିଛି। ତେବେ ଏପର୍ଯ୍ୟନ୍ତ ଏହି ଅଫରର ଜବାବ୍‌ରେ ଉତ୍ପଲ ପାରିକରଙ୍କ କୌଣସି ପ୍ରତକ୍ରିୟା ମିଳିପାରିନି।

ବିଜେପି ପାଣାଜୀ ଆସନରୁ ଆଟାନସିଓ ବାବୁଶ ମୋନେସେରାଟେଙ୍କୁ ଲଢିବାର ନିଷ୍ପତ୍ତି ନେଇଛି, କିନ୍ତୁ ଉତ୍ପଲ ତାଙ୍କୁ ଦୁର୍ନୀତିଗସ୍ତ ବୋଲି କହି ବିରୋଧ କରିଛନ୍ତି। ଏହା ସହିତ ନିଜ ପାଇଁ ଟିକେଟ ମାଗିଛନ୍ତି। କେବଳ ସେତିକି ନୁହେଁ ଟିକେଟ ନମିଳିବାର ସ୍ଥିତିରେ ନିଜେ ନିର୍ବାଚନ ମୈଦାନରେ ଓହ୍ଲାଇବାର କଥା କହିଛନ୍ତି। ଏପରିକି ସେ ନିଜର ସମର୍ଥକଙ୍କ ସହିତ ବିଧାନସଭା ଆସନରୁ ପ୍ରଚାର ମଧ୍ୟ କରିବାରେ ଲାଗିଛନ୍ତି। କୁହାଯାଉଛି ଯେ, ଦିଲ୍ଲୀରୁ ଉତ୍ପଲ ପାରିକରଙ୍କ ସହିତ ଯୋଗାଯୋଗ କରାଯାଇଛି। ତାଙ୍କୁ କୁହାଯାଇଛି ଯେ, ସେ ବିଦ୍ରୋହୀ ସ୍ବଭାବକୁ ଛାଡି ଦିଅନ୍ତୁ। ବିଜେପି ତାଙ୍କୁ ବିକଳ୍ପ ଦେଇଛି। ଏହାଛଡା ତାଙ୍କୁ ଦଳରେ ରାଷ୍ଟ୍ରୀୟ ସ୍ତରର ଦାୟିତ୍ବ ଦିଆଯିବାର ଅଫର ମଧ୍ୟ ଦିଆଯାଇଛି। ସେ ଏହି ଅଫର ଉପରେ ଭାବିବାର କଥା କହିଛନ୍ତି।

ସମ୍ବନ୍ଧିତ ଖବର