କାନପୁର,୨୮/୦୭: ନିଜର କାର୍ଯ୍ୟ ନିମନ୍ତେ ସଦାବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତରପ୍ରଦେଶ କାନପୁର ପୁଲିସ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି । ସହରରେ ଶନିବାର, ରବିବାର ସାପ୍ତାହିକି ସଟ୍ଡାଉନ ଚାଲୁଥିବା ସମୟରେ ଗୋଟିଏ ଛେଳି ମାସ୍କ ନ ପିନ୍ଧି ବାହାରେ ବୁଲୁଥିବା କାରଣରୁ ପୁଲିସ ତାକୁ ଅଟକ ରଖିଥିବା ଜଣାପଡିଛି ।
୪ରୁ ୫ ଜଣ ପୁଲିସ ଛେଳିକୁ ଚାରିପଟୁ ଘେରି ଜିପ୍ରେ ଜବରଦସ୍ତି ଭାବେ ଭର୍ତ୍ତି କରି ନେଇ ଯାଉଥିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓଟି ଭାଇରାଲ ହେବା ପରେ କାନପୁର ପୁଲିସକୁ ଲୋକମାନେ ଜୋରଦାର କଟାକ୍ଷ କରିଛନ୍ତି । ଏହି ଘଟଣା ରବିବାର ଅପରାହ୍ନରେ ବେକନଗଞ୍ଜ ଅଞ୍ଚଳରେ ଘଟିଥିବା କୁହାଯାଉଛି । । ପରେ ଛେଳିର ମାଲିକ ଥାନାରେ ପହଞ୍ଚି ଛେଳିଟିକୁ ଉଦ୍ଧାର କରି ଆଣିଛନ୍ତି । ସଟଡାଉନ ବେଳେ ଏଭଳି ଭାବେ ଛେଳିକୁ ବାହାରେ ନ ଛାଡିବାକୁ ପୁଲିସ କର୍ମୀ ଛେଳି ମାଲିକକୁ ଚେତାବନୀ ଦେଇଥିବା ଜଣାପଡିଛି ।