ନୀଳଗିରି: ଛେଳି ଚୋରି କରି ଛେଚା ଖାଇଲେ ଯୁବକ

ନୀଳଗିରି ୨୦/୮:  ଛେଳି ଚୋରକୁ ଖୁଣ୍ଟରେ ବାନ୍ଧି ବହେ ଛେଚିଲେ ଗ୍ରାମବାସୀ । ନୀଳଗିରି ବ୍ଲକ ଅଧିନ  ଗରଡ଼ିହି ପଂଚାୟତ କଳାକାଦ ଗ୍ରାମରେ ଘଟିଛି ଏମିତି ଘଟଣା । ଛେଳି ଚୋରି କରି ଧରାପଡିବା ପରେ ଖୁଣ୍ଟରେ ବନ୍ଧାଯାଇ ବେଶ ଉତ୍ତମ ମଧ୍ଯମ ଦିଆଯାଇଛି । କଳାକାଦ ଗ୍ରାମର ଭାଟି ସିଂଙ୍କ ଘରୁ ଦିନ ଦ୍ୱିପ୍ରହରେ  ତଳ ସାହି ଗ୍ରାମର କୁଶ ରାଉତଙ୍କ ପୁଅ ଡେରା ରାଉତ ଛେଳି ଚୋରି କରୁଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ଧରା ପଡିଥିଲା। ପରେ ଗ୍ରାମବାସୀ ଓ ଛେଳି ମାଲିକର ପରିବାର ଲୋକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ପରେ ସ୍ଥାନୀୟ କିଛି ଭଦ୍ରଲୋକଙ୍କ ଉପସ୍ଥିତିରେ ଗାଁରେ ଏକ ବୈଠକ ବସିଥିଲା। ପରେ ଡେରା କାନ ଧରି ବସଉଠ ହେବାସହ ଭୁଲ ମାଗି ଆଉ ଏଭଳି କାର୍ଯ୍ୟ ନକରିବାକୁ ପ୍ରତିଶୃତି ଦେବାରୁ ତାକୁ ଛାଡି ଦିଆଯାଇଥିଲା । ତେବେ ପ୍ରଶ୍ନ ଉଠୁଛି ଥାନାରେ ଅଭିଯୋଗ ନକରି ଚୋରି କରିଥିବା ଯୁବକକୁ ଅତି ଅମାନୁଷିକ ଭାବେ ମାଡ଼ ମାରିବା ଓ ଉଠବସ କରିବା ଭଳି ଆଇନ ହାତକୁ ନେବାକୁ ଅଧିକାର ଦେଲା କିଏ ?