ଶୁଭୁନାହିଁ ହମାରଡ଼ି, ଦିଶୁନାହିଁ ଗୋଧୂଳି

କଣ୍ଟିଲୋ : ସମୟ ଚକ ପରିବର୍ତ୍ତନରେ ଦୁନିଆ ବଦଳି ଯାଇଛି ସିନା ହେଲେ ଅତୀତର ସ୍ମୁତିଚାରଣ କରିବାରେ ବେଳେବେଳେ ଆଗାମୀ ପିଢ଼ିପାଇଁ ପ୍ରେରଣା ଯୋଗାଇ ଦେଇଥାଏ । ଅତୀତରେ କଣ୍ଟିଲୋ ପଞ୍ଚାୟତର ବିଭିନ୍ନ ସାହିମାନଙ୍କରେ ପ୍ରାୟ ସମସ୍ତଙ୍କ ଘରମାନଙ୍କରେ ଗାଈ ଗୁହାଳ ଥିଲା । ପ୍ରତିଦିନ ସକାଳ ୮ ଟା ରୁ ୯ ମଧ୍ୟରେ ଜଣେ ଗାଈଆଳ ଶତାଧିକ ଗାଈବାଛୁରୀଙ୍କ ବେକରୁ ପଘା ଫିଟାଇ ଗୁହାଳରୁ ନେଇ ଯାଇ ବାହାର ଜାଗାରେ ଘାସ ଲଟାପତ୍ର ଚରାଉଥିଲା । ସୂର୍ଯ୍ୟ ଅସ୍ତାଚଳକୁ ଯିବା ସମୟରେ ସେମାନଙ୍କୁ ଘରକୁ ଫେରାଇ ଆଣୁଥିଲେ ।

ସେହି ସମୟକୁ ଗୋଧୂଳି ଲଗ୍ନ କୁହାଯାଉଥିଲା । ଯେତେବେଳେ ଗ୍ରାମ ଦାଣ୍ଡ ଭରପୁର ହୋଇ ଗାଈବାଛୁରୀ ଆଗପଛ ହୋଇ ଯାଉଥିଲେ ସେତେବେଳର ଦୃଶ୍ୟ ଅପାସୋରା ଥିଲା । କିନ୍ତୁ ଆଜି ସେଦିନ ଆଉ ଦେଖିବାକୁ ମିଳୁନଥିବାରୁ ଗ୍ରାମାଞ୍ଚଳରେ ନୈରାଶ୍ୟର ବାତାବରଣ ଦେଖାଦେଇଛି । ଚାରିଆଡ଼େ ସିମେଣ୍ଟ କଂକ୍ରିଟ୍‌ ହୋଇଯିବା ଯୋଗୁଁ ଗୋଧୂଳି ଉଡୁନାହିଁ । ଶୁଭୁନାହିଁ ଗାଈଆଳର କୁହାଟ ବା ଗାଈମାନଙ୍କ ହମା ରଡ଼ି । ପାଳିତ ଗାଈଗୋରୁଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବାରୁ ଶ୍ରୀହୀନ ହୋଇଯାଇଛି ଗ୍ରାମଦାଣ୍ଡ । କେବଳ ଏହି ଅଞ୍ଚଳରେ ବେଣାଗାଡ଼ିଆ, ମର୍ଦ୍ଦରାଜପୁର, ଖଳିସାହି, ବଡ଼ବାଣପୁର ସମେତ କେତେକ ଗ୍ରାମମାନଙ୍କରେ ଗୋରୁଗାଈ ଗୋଠ ଦେଖିବାକୁ ମିଳୁଥିବାରୁ ଅତୀତର ସ୍ମୃତି ଉଜ୍ଜୀବିତ ହେଉଛି । ଏହାବ୍ୟତୀତ ଅନେକ ଗ୍ରାମରେ ଗାଈଗୋରୁ ସଂଖ୍ୟା ହ୍ରାସ ପାଇଥିବାରୁ କଣ୍ଟିଲୋ ସମେତ ଗ୍ରାମାଞ୍ଚଳରେ ଅତୀତରେ ହୋଇଆସୁଥିବା ସାପ୍ତାହିକ ଗୋରୁହାଟ ବନ୍ଦ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ