PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ଭୟ : ତାମିଲନାଡୁର ଏକ ସ୍କୁଲ୍‌ରେ କରୋନା ଆତଙ୍କ , ୨୫ ପିଲାଙ୍କୁ କୋଭିଡ୍‌ ପଜିଟିଭ୍
  • ||
  • ୨୯ ଦେଶକୁ ମାଡ଼ି ଗଲାଣି ଓମିକ୍ରନ୍ – ପ୍ରେସମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ଭାରତରେ ଓମିକ୍ରନ ,କର୍ଣ୍ଣାଟକରୁ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ , ପ୍ରେସ୍‌ମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ତେଲେଙ୍ଗାନାରେ ଚିହ୍ନଟ ହୋଇନି ଓମିକ୍ରନ , ଏ ନେଇ ଖବରକୁ ଖଣ୍ଡନ କଲା ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନ୍‌ ଫେରନ୍ତା ମହିଳା କୋଭିଡ୍‌ ପଜିଟିଭ ଚିହ୍ନଟ
  • ||
  • ଭାରତରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ , ତେଲେଙ୍ଗାନାରୁ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ମହିଳାଙ୍କର ବୟସ ୩୫ ବର୍ଷ , ଇଂଲଣ୍ଡରୁ ଫେରିଥିଲେ ସଂପୃକ୍ତ ମହିଳା
  • ||
  • କଟକ: ଗାଡ଼ି ଟଣା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ଉପରକୁ ବ୍ଲାଙ୍କ ଫାଇରିଙ୍ଗ୍ ଘଟଣା, ଦୁଇ ଅଭିଯୁକ୍ତକୁ ଧରିବା ପାଇଁ କଟକ ପୋଲିସ ଟିମ୍ ଗଞ୍ଜାମରେ
  • ||
  • ଅମ୍ବାଦଳା: ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ବାଇକ ସହ ୩ ଗିରଫ
  • ||
  • ବ୍ରହ୍ମପୁର: ବିଶିଷ୍ଟ ସିପିଏମ୍ ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ବିୟୋଗ
  • ||
  • ରାୟଗଡା: ୩ ବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ
  • ||
  • କାଶୀପୁର: ହାତଗୁଞ୍ଜା ବିନା ଘୁଞ୍ଚୁନି ଫାଇଲ, ପ୍ରାପ୍ୟ ପାଇବାରେ ହଇରାଣ ଅବସର ଶିକ୍ଷକ
  • ||
  • ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ବୃଦ୍ଧ ଗୁରୁତର!
  • ||
  • ସୁନ୍ଦରଗଡ଼: କୋଇଡାରେ ଥମୁନି ହାତୀ ଉପଦ୍ରବ, ଘରେ ଶୋଇଥିବା ବେଳେ ଟାଣି ଦଳି ଦେଲା ଦନ୍ତା, ଘଟଣା ସ୍ଥଳରେ ବୃଦ୍ଧଙ୍କ ଉଡିଗଲା ପ୍ରାଣ ବାୟୁ
  • ||
  • ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶର ଦ୍ବିତୀୟ ଦିନ, ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ, ୪ ଯାଏଁ ଗୃହ ମୁଲତବୀ
  • ||
  • ଭୁବନେଶ୍ୱର: ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରପୂ ନେବ ସମ୍ଭାବନା
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ଭୁବନେଶ୍ଵର: ୨୪ ଘଣ୍ଟାରେ ୨୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୫୯୭ ଜଣକୁ ବୃଦ୍ଧି
  • ||
  • ନୂଆଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ
  • ||
  • ସୋର: ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି
  • ||
  • କୋକସରା: ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
  • ||
  • କନ୍ଧମାଳ: ପେଟ୍ରୋଲ ପମ୍ପକୁ ତେଲ ପକାଇବା ଆସିଥିବା ଗାଡ଼ିରୁ ମୋବାଇଲ ଚୋରି
  • ||

ଓସ୍ତପଡ଼ାରେ ସଶସ୍ତ୍ର ଡକାୟତି: ବୃଦ୍ଧାଙ୍କୁ ବାନ୍ଧିଲେ, ପୁଅ ଓ ନାତିକୁ କବାଟ କିଳିଲେ, ସୁନାଗହଣା ଓ ଟଙ୍କା ଲୁଟିନେଲେ

ଭୁବନେଶ୍ୱର/ବାରଙ୍ଗ,୧୦ ।୨(ବ୍ୟୁରୋ, ଆପ୍ର): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ଓସ୍ତପଡ଼ା ଗ୍ରାମରୁ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ବୃଦ୍ଧାଙ୍କୁ ବାନ୍ଧିବା ସହ ତାଙ୍କ ପୁଅ ଓ ନାତିଙ୍କୁ ତାଲା ପକାଇ ୫ ଭରି ଓଜନର ସୁନାଗହଣା ଓ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଅଭିଯୋଗ ପାଇ ମଞ୍ଚେଶ୍ୱର ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ ମଧ୍ୟ ଡକାୟତଙ୍କ ବିଷୟରେ ସୁରାକ୍‌ ପାଇନାହିଁ ।
ମିଳିଥିବା ଅଭିଯୋଗ ଅନୁଯାୟୀ, ଓସ୍ତପଡ଼ା ଗ୍ରାମରେ ନାରୁ ପ୍ରଧାନଙ୍କ ଘର ଲୋକେ ଗତକାଲି ରାତିରେ ଖାଇପିଇ ଶୋଇଥିଲେ । ନାରୁଙ୍କ ମା’ ତିଳୋତମା ପ୍ରଧାନ (୭୫) ଗୋଟିଏ ଘରେ ଶୋଇଥିବାବେଳେ ନାରୁ ଓ ପୁଅ ଅନ୍ୟ ଏକ ଘରେ ଶୋଇଥିଲେ । ନାରୁଙ୍କ ପତ୍ନୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏବେଳେ ୩ ଜଣ ମୁଖାପିନ୍ଧା ଡକାୟତ ଗ୍ରୀଲ୍‌ ଭାଙ୍ଗି ଘର ଭିତରେ ପଶିଥିଲେ । ସେମାନେ ପ୍ରଥମେ ନାରୁ ଓ ତାଙ୍କ ପୁଅ ଶୋଇଥିବା ଘରର କବାଟ ବାହାରପଟରୁ ଦେଇ ଦେଇଥିଲେ । ତିଳୋତମାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ତାଙ୍କ ମୁହଁ ଓ ହାତଗୋଡ଼ ବାନ୍ଧି ଦେଇଥିଲେ । ଘର ଭିତର ଆଲମିରା ତାଡ଼ି ସେଥିରେ ଥିବା ୫ ଭରି ଓଜନର ସୁନାଗହଣା ଓ ନଗଦ ୨୦ ହଜାର ଟଙ୍କା ନେଇ ପଳାଇଥିଲେ । ଶବ୍ଦ ଶୁଣି ନାରୁ ଉଠିବା ବେଳକୁ କବାଟ ବାହାର ପଟରୁ ଦିଆ ଯାଇଥିବା ଜାଣିବାକୁ ପାଇଥିଲେ । ମା’ ତିଳୋତମାଙ୍କୁ ଡାକ ପକାଇଥିଲେ ମଧ୍ୟ ସେ ଶୁଣିପାରି ନଥିଲେ । ତେଣୁ ନାରୁ ଫୋନ୍‌ କରି ପଡ଼ିଶା ଘର ଲୋକଙ୍କୁ ଡାକିଥିଲେ । ପଡ଼ୋଶୀ ଆସି କବାଟ ଖୋଲିଥିଲେ । ଡକାୟତି ସଂପର୍କରେ ନାରୁ ମଞ୍ଚେଶ୍ୱର ଥାନାକୁ ଫୋନ କରି ଜଣାଇଥିଲେ । ରାତିରେ ପୁଲିସ ଯାଇ ବୁଲି ଆସିଥିଲାବେଳେ ଆଜି ସକାଳୁ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ନେଇ ତଦନ୍ତ କରି ଫେରିଛି ।