PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନୂଆବର୍ଷର ପ୍ରଥମ ଦିନରେ ଶସ୍ତା ହେଲା ସୁନା-ରୂପା

ନୁଆଦିଲ୍ଲୀ ୧/୧: ଅଧିକ ସୁନା-ରୂପା କିଣୁଥିବା ଲୋକଙ୍କ ଲୋକଙ୍କ ପାଇଁ ନୂଆବର୍ଷ ଖୁସି ଖବର ନେଇ ଆସିଛି । ୧ ଜାନୁୟାରୀ ୨୦୨୦ରୁ ସୁନା ଦାମରେ ବଡ ହ୍ରାସ ପରିଲକ୍ଷିତ ହୋଇଛି । ବୁଧବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୧୩୧ ଟଙ୍କା ଖସିଯାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୫୯୦ ଟଙ୍କା କମ୍ ହୋଇଯାଇଛି ।

ଆପଣଙ୍କୁ କହିରଖୁଛୁ ୨୦୧୯ର ଶେଷ ଦିନ ସୁନା-ରୂପା ଦାମ୍ ବଢିଥିବା ନଜର ଆସିଥିଲା । ୩୧ ଡିସେମ୍ବର ୨୦୧୯ରେ ୧୦ ଗ୍ରାମ ସୁନାର ଦାମ୍ ୧୫୬ ଟଙ୍କା ଓ ଏକ କିଲୋଗ୍ରାମ ରୂପା ଦାମ୍ ୪୯୪ ଟଙ୍କା ପର୍ଯ୍ଯନ୍ତ ବଢିଯାଇଥିଲା ।

ସୁନାର ନୂଆ ଦାମ
ବୁଧବାର ଦିଲ୍ଲୀ ସରାଫା ବଜାରରେ ସୁନାର ନୂଆ ଦାମ୍ ୩୯,୯୪୯ ଟଙ୍କାରୁ ହ୍ରାସ ପାଇ ୩୯,୮୧୮ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି ।

ରୂପାର ନୂଆ ଦାମ୍
ସୁନା ଭଳି ରୂପା ଦାମରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୪୮,୨୪୫ ଟଙ୍କାରୁ ହ୍ରାସ ପାଇ ୪୭,୬୫୫ ଟଙ୍କା ହୋଇଯାଇଛି ।