ପୁଣି କମିଲା ସୁନା ଦର

ନୂଆଦିଲ୍ଲୀ ୨୯/୫: ଲକଡାଉନ୍ ୪.୦ର ଅନ୍ତିମ କାରବାର ଦିନ ଶୁକ୍ରବାର ସୁନା ଓ ରୂପା ଉଭୟ ଶସ୍ତା ହୋଇଛି । ବୁଲିୟମ୍ ମାର୍କେଟରେ ଗୁରୁବାର ତୁଳନାରେ ସୁନା-ରୁପା ଦାମ୍ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ ୧୦ ଗ୍ରାମ ସୁନା ମୂଲ୍ୟ ୪୬୮୧୯ ଟଙ୍କାକୁ ଆସିଯାଇଥିଲା । ଗୁରୁବାର ଏହା ୪୬୯୯୫ ଟଙ୍କା ପ୍ରତି ୧୦ ଗ୍ରାମ ରେଟରେ ବିକ୍ରି ହୋଇଥିଲା । ସେହିଭଳି ରୂପା ୩୫ ଟଙ୍କା ଶସ୍ତା ହୋଇ ୪୭୮୭୦ ଟଙ୍କା ପ୍ରତି କିଲୋଗ୍ରାମକୁ ଖସି ଆସିଥିଲା । ଇଣ୍ଡିଆ ବୁଲିୟନ୍ ଏଣ୍ଡ ଜ୍ୱେଲର୍ସ ଆସୋସିଏସନର ୱେବସାଇଟ୍ ସୁନା-ରୂପା ଦାମ୍ ନେଇ ଅପଡେଟ୍ କରିଥାଏ ।

ଆଜି ୨୩ କ୍ୟାରେଟ୍ ସୁନା ଅର୍ଥାତ୍ ଗୋଲ୍ଡ ୯୯୫ରେ ୧୭୫ ଟଙ୍କା ହ୍ରାସ ଦେଖାଦେଇଥିଲା । ୨୩ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ଆଜି ସକାଳେ ୪୬୬୩୨ ଟଙ୍କାକୁ ଆସିଯାଇଥିଲା ଯଦିଓ ଏହା ଗୁରୁବାର ୪୬୧୦୫ ଟଙ୍କାରେ ପହଞ୍ଚି ଯାଇଥିଲା । ସେହିଭଳି ୨୨ କ୍ୟାରେଟ୍ ସୁନା ଦାମରେ ମଧ୍ୟ ୧୬୧ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ଦେଖାଯାଇଥିଲା । ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୩୫୧୧୪ ଟଙ୍କା ପ୍ରତି ୧୦ ଗ୍ରାମକୁ ଆସିଗଲା ।

ବାଏଦା ବଜାରରେ ଶୁକ୍ରବାର ରୂପା ଦାମ୍ ୦.୧୩ ପ୍ରତିଶତ ବୃଦ୍ଧି ସହିତ ୪୮,୬୧୯ ଟଙ୍କା ପ୍ରକି କିଲୋଗ୍ରାମ ହୋଇଯାଇଥିଲା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଜୁଲାଇ ଡେଲିଭରୀ ପାଇଁ ରୂପା ଦାମ୍ ୬୧ ଟଙ୍କା କିମ୍ବା ୦.୧୩ ପ୍ରତିଶତ ବୃଦ୍ଧି ସହିତ ୪୮,୬୧୯ ଟଙ୍କା ପ୍ରତି କିଗ୍ରା ହୋଇଗଲା ଯେଉଁଥିରେ ୧୧,୦୭୭ ଲଟ୍ ପାଇଁ କାରବାର ହୋଇଥିଲା ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ଭାରତ ସରକାରଙ୍କ ସ୍କାନରରେ ଚୀନ୍‌ର ୫୦ ନିବେଶ ପ୍ରସ୍ତାବ

ବୟକଟ୍‌ ଚାଇନା ଅଭିଯାନ ଏକାଠି ହେଲେ ଭାରତର ବଡ ଉଦ୍ୟୋଗପତି

୪.୫% ଖସିବ ଜିଡିପ -ଆର୍ଥିକ ଅଙ୍କରେ ଦେଖାଦେବ ଲକ୍‌ଡାଉନ୍‌ ପ୍ରଭାବ ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବ ଢାଞ୍ଚାଗତ ସଂସ୍କାର

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଏୟାରଟେଲ୍ ଲଞ୍ଚ୍ କଲା ଶସ୍ତା ପ୍ରି-ପେଡ୍ ପ୍ଲାନ୍, ପ୍ରତିଦିନ ମିଳିବ ୧.୫ ଜିବି ଡାଟା