ଲଗାତର ତୃତୀୟ ଦିନ ହ୍ରାସ ପାଇଲା ସୁନା ଦାମ୍

ନୁଆଦିଲ୍ଲୀ ୨୯/୪: ବୁଧବାର ଲଗାତର ତୃତୀୟ ଦିନ ସୁନା ଦାମ୍ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଚାହିଦା ହ୍ରାସ ଯୋଗୁଁ ଏବେ ଘରୋଇ ମାର୍କେଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବୁଧବାର ଜୁନ୍ ପାଇଁ ସୁନାର ବାଏଦା ଦର ୦.୨୩ ପ୍ରତିଶତ ଖସିଯାଇଛି । ଅଗଷ୍ଟ ପାଇଁ ମଧ୍ୟ ସୁନା ଦାମରେ ୧୫୨ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପରିଲକ୍ଷିତ ହୋଇଛି । ଲକଡାଉନ ଯୋଗୁଁ ଗୋଲ୍ଡର ସ୍ପଟ୍ ମାର୍କେଟ୍ ବନ୍ଦ ଅଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ଜୁନ୍ ବାଏଦା ପାଇଁ ସୁନା ଦାମ୍ ୧୦୪ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇ ୪୫,୯୬୨ ଟଙ୍କା ପହଞ୍ଚି ଯାଇଛି । ଅଗଷ୍ଟ ବାଏଦା ପାଇଁ ଏହି ଦର ୧୫୨ ଟଙ୍କା ପ୍ରତି ୧୦ ଗ୍ରାମର ହ୍ରାସ ସହିତ ୪୬,୦୮୫ ଟଙ୍କା ରହିଥିଲା । ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଗୋଲ୍ଡ ଦାମ୍ ୦.୧୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା ।

ଅନ୍ତର୍ଜାତୀୟ ବଜାରରେ କ’ଣ ଥିଲା ଦାମ୍ ?
ଅନ୍ତର୍ଜାତୀୟ ବଜାର କଥା କହିବା ତ ଗୋଲ୍ଡ ଦାମ୍ ୧,୭୦୮.୫୩ ଡଲାର୍ ପ୍ରତି ଆଉନ୍ସର ଥିଲା ଯଦିଓ ରୂପା ଦାମ୍ ୧୫.୨୨ ଡଲାର୍ ପ୍ରତି ଆଉନ୍ସରେ ଥିଲା । ରୂପା ଦାମ୍ ସାମାନ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ।

   ସମ୍ବନ୍ଧିତ ଖବର


ସରକାରୀ କର୍ମଚାରୀଙ୍କ ପାଇଁ ମାରୁତି ସୁଜୁକିର ସ୍ୱତନ୍ତ୍ର ଅଫର: ପାର୍ବଣ ଅଫର ବାଦ୍‌ ମିଳିବ ସ୍ୱତନ୍ତ୍ର ବେନିଫିଟ୍‌

ପାର୍ବଣ ଋତୁରେ SBIର ବଡ଼ ଅଫ‌ର, ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କାରେ ମିଳିବ ପିଆଜ!

ପିଆଜ ଦରରେ ଲାଗିବ ରୋକ: ଲାଗୁ ହେଲା ମହଜୁଦ ସୀମା, ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ

କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: କରୋନା ସଙ୍କଟ ସମୟରେ ଭାରତୀୟ ପରିବାରକ ସମ୍ପତ୍ତି ବଢ଼ିଛି

ପାର୍ବଣ ଉପଲକ୍ଷେ ହିନ୍ଦୁଜା ଗ୍ରୁପ୍‌ର ମିଡିଆ ଆର୍ମ ନେକ୍ସଟଡିଜିଟାଲ ପକ୍ଷରୁ ଦୁର୍ଗୋତ୍ସବ