ପୁଣି ଖସିଲା ସୁନା ଓ ରୂପା ରେଟ୍, ଜାଣନ୍ତୁ ନୂଆ ଦର

ନୁଆଦିଲ୍ଲୀ ୮/୧୧: ଅନ୍ତର୍ଜାତୀୟ ସ୍ତରରେ ସୁନାର ମୂଲ୍ୟ ହ୍ରାସ ପାଇବା ଫଳରେ ଘରୋଇ ବଜାରରେ ମଧ୍ୟ ସୁନା ଦର ଖସିଆସିଛି । ଶୁକ୍ରବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ୧୦ ଗ୍ରାମ ସୁନାର ମୂଲ୍ୟ ୧୯୬ ଟଙ୍କା ଶସ୍ତା ହୋଇଯାଇଛି । ଏହି ସମୟରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଏକ କିଲୋ ରୂପାର ଦାମ୍ ୯୫୬ ଟଙ୍କା ଖସିଆସିଛି । ଏକ୍ସପର୍ଟଙ୍କ କହିବାନୁସାରେ ସୁନାର ମୂଲ୍ୟ ଆଉ ହ୍ରାସ ପାଇନପାରେ । ତେବେ ଆଗାମୀ ଦିନରେ ସୁନାର ମୂଲ୍ୟ ପୁଣି ବଢିବା ନେଇ ଆଶା କରାଯାଉଛି ।

ସୁନାର ନୂଆ ମୂଲ୍ୟ
ଶୁକ୍ରବାର ଦିଲ୍ଲୀ ସର୍ରୋଫା ମାର୍କେଟରେ ସୁନା ଦର ୩୮,୯୦୨ ଟଙ୍କା ପ୍ରତି ୧୦ ଗ୍ରାମରୁ ହ୍ରାସ ପାଇ ୩୮,୭୦୬ ଟଙ୍କାରେ ପହଞ୍ଚିଛି । ଗୁରୁବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନାର ଦାମ ୩୮,୯୩୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ୧୪୭୧ ଡଲାର୍ ପ୍ରତି ଆଉନ୍ସ ଓ ରୂପା ୧୭.୦୬ ଡଲାର ପ୍ରତି ଆଉନ୍ସ ରହିଛି ।

ରୂପାର ନୂଆ ଦର
ଦିଲ୍ଲୀରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ ୯୫୬ ଟଙ୍କା ଖସି ୪୫,୪୯୮ ଟଙ୍କା ପ୍ରତି କିଲୋଗ୍ରାମକୁ ଆସିଛି । ଗୁରୁବାର ରୂପାର ଦର ୪୬,୪୫୪ ଟଙ୍କା ପ୍ରତି କିଲୋଗ୍ରାମ ଥିଲା ।

   ସମ୍ବନ୍ଧିତ ଖବର


ପଛକୁ ହଟିଲା ଚୀନ୍‌ ସେନା … ଭାରତର ବିଚକ୍ଷଣ ରଣନୀତିରେ ଡ଼ରିଗଲା

ଡାର୍କ ନେଟ୍‌ରେ ଏକ ଲକ୍ଷରୁ ଅଧିକ ଭାରତୀୟଙ୍କୁ ପରିଚୟ ଓ ତଥ୍ୟ ଲିକ୍‌

ଏତେ ଶସ୍ତା ହେଲା ସୁନା ! ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ଏସେନ୍ସିଆଲ କମୋଡିଟି ଆକ୍ଟରେ ବଡ ପରିବର୍ତ୍ତନ, ମିଳିବ ଏହି ଫାଇଦା

କରୋନାରେ ସେକ୍ସକୁ ନେଇ ନୂଆ ନିୟମ ! ନିଜ ଘରେ ବାହାର ବ୍ୟକ୍ତିଙ୍କ ସହ ରଖିପାରିବନି ଶାରୀରିକ ସଂପର୍କ

କରୋନାକୁ ହରାଇଲା ଅଢ଼େଇ ମାସର ଶିଶୁ !