ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ବ୍ୟାଙ୍କ ମ୍ୟାନେଜରଙ୍କଠୁ ସୁନାଗହଣା ଲୁଟ; ସୁନାହାର, ଚୁଡ଼ି ଓ କାନଫୁଲ ଲୁଟ କରି ଚମ୍ପଟ୍‌ ମାରିଲେ ୨ ଲୁଟେରା

ଉତ୍ତର ଭୁବନେଶ୍ୱର,୨୭/୦୭(ବ୍ୟୁରୋ): ରାଜଧାନୀରେ ଲୁଟେରାଙ୍କୁ ଧରିବାକୁ ପୁଲିସ ଚଳାଇଛି ବ୍ଲକିଂ ଚେକିଂ । ସେପଟେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ଆତଙ୍କ ଖେଳାଇ ଚାଲିଛନ୍ତି । ଶୁକ୍ରବାର ରାତି ୯ଟାରେ ସହିଦନଗର ଥାନା ଅନ୍ତର୍ଗତ କେଶୁରା ନଦୀ ବନ୍ଧ ଉପରେ କାର୍‌ ଅଟକାଇ ଚାଳକଙ୍କୁ ବନ୍ଧୁକ ବଟ୍‌ରେ ପିଟି ଗୁରୁତର କରି ପକାଇଛନ୍ତି । ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବାଳକାଟୀ ଶାଖାର ମ୍ୟାନେଜର ବିଜୟଲକ୍ଷ୍ମୀ ଭୂୟାଁଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କ ଠାରୁ ସୁନାଗହଣା ଲୁଟି ନେଇଛନ୍ତି । ଏହି ସମୟରେ ଲୋକେ ଆସିଯିବାରୁ ଦୁଇ ଲୁଟେରା ସେମାନଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଭୟଭୀତ କରି ଚମ୍ପଟ ମାରିଛନ୍ତି ।
ଘଟଣାରୁ ଜଣାଯାଇଛି, ବିଜୟଲକ୍ଷ୍ମୀ କେଶୁରା ଶ୍ରୀକ୍ଷେତ୍ରନଗରରେ ରହୁଛନ୍ତି । ସେ ତାଙ୍କ କାର୍‌ରେ କୋରଡ଼କଣ୍ଟାରେ ରହୁଥିବା ଶାରଦା ପ୍ରସାଦ ସାହୁଙ୍କ ସହ ରାତି ୯ଟାବେଳେ ବାଳକାଟୀରୁ ଘରକୁ ଫେରୁଥିଲେ ।

ସେମାନେ କେଶୁରା ନଦୀବନ୍ଧ ଉପରେ ହଠାତ୍‌ ଏକ ବାଇକ୍‌ରେ ଦୁଇ ଜଣ ଯୁବକ ଆସି କାର୍‌ ଅଟକାଇ ଚାଳକଙ୍କୁ ଗାଳିଗୁଲଜ କରିଥିଲେ । ରାସ୍ତାରେ କାହିଁକି ଏପଟ ସେପଟ କରି ଗାଡ଼ି ଚଳାଉଛୁ କହି ପାଟି କରିଥିଲେ । ପରେ ବାଇକ୍‌ ପଛରେ ବସିଥିବା ଯୁବକ ଜଣଙ୍କ ଓହ୍ଲାଇ ପଡ଼ି ବନ୍ଧୁକ ବାହାର କରି ବଟ୍‌ରେ ଶାରଦାଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଶାରଦାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତଶ୍ରାବ ହୋଇଥିଲା । ବାଇକ୍‌ରେ ଥିବା ଅନ୍ୟ ଯୁବକ ଜଣକ କାର୍‌ ବାମ ସିଟ୍‌ରେ ବସିଥିବା ବିଜୟଲକ୍ଷ୍ମୀଙ୍କୁ ବନ୍ଧୁକ ଦେଖାଇ ବିଜୟଲକ୍ଷ୍ମୀ ପିନ୍ଧିଥିବା ସୁନାହାର, ଚୁଡ଼ି ଓ କାନଫୁଲ ଲୁଟି ନେଇଥିଲା । ଏହି ସମୟରେ କେଶୁରାର ଦୁଇ ଜଣ ବାଇକ୍‌ରେ ଆସୁଥିଲେ । ସେମାନେ ପାଟି କରିବାରୁ ୨ଲୁଟେରା ସେମାନଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ପରେ ବାଇକ୍‌ରେ ଫେରାର ହୋଇଯାଇଥିଲେ । ଖବର ପାଇ ସହିଦନଗର ଥାନା ପୁଲିସ ପହଞ୍ଚି ଦୁଇ ଲୁଟେରାଙ୍କ ପିଛା କରିଥିଲେ ମଧ୍ୟ ପାଇ ନଥିଲା । ପୁଲିସ କାର୍‌ ଚାଳକ ଶାରଦାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଛି । ବିଜୟଲକ୍ଷ୍ମୀଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.