ମକର ସଂକ୍ରାନ୍ତି ଉପଲକ୍ଷେ ସୁନା ଗୁଡ଼ି, ରୂପା ଫେସ୍ ମାସ୍କ ତିଆରି କଲେ ‘ଆନନ୍ଦ’

ହାଇଦ୍ରାବାଦ ୧୪/୦୧: ମକର ସଂକ୍ରାନ୍ତି ଉପଲକ୍ଷେ ହାଇଦ୍ରାବାଦର ଜଣେ ବ୍ୟକ୍ତି ସୁନାରେ ଗୁଡ଼ିର ଏକ କ୍ଷୁଦ୍ର ପ୍ରତି ରୂପ ପ୍ରସ୍ତୁତ କରିଛନ୍ତି । ସେହି ଗୁଡ଼ି ଓ ମାଞ୍ଜାର ଓଜନ୨.୫୮ ଗ୍ରାମ୍ । ସେତିକି ନୁହେଁ, କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ରୂପାରେ ଫେସ୍ ମାସ୍କର ଏକ କ୍ଷୁଦ୍ର ପ୍ରତିରୂପ ବି ପ୍ରସ୍ତୁତ କରିଛନ୍ତି ।
ଏ ସଂପର୍କରେ ଆନନ୍ଦ ରେଡ୍ଡି କହିଛନ୍ତି ‘ପ୍ରତିବର୍ଷ ମୁଁ ସୁନା ବା ରୁପାରେ ଗୁଡ଼ି ଓ ମାଞ୍ଜାର କ୍ଷୁଦ୍ର ପ୍ରତିରୂପ ତିଆରି କରିଥାଏ । ଉତ୍ସବ ସରିଯିବା ପରେ ତାକୁ ଭଗବାନ ଭେଙ୍କଟେଶ୍ୱରଙ୍କୁ ପ୍ରଦାନ କରେ । ଏ ବର୍ଷ କରୋନା ପରିସ୍ଥିତିକୁ ଦେଖି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ମୁଁ ରୁପାରେ ମାସ୍କର ଏକ ପ୍ରତିରୂପ ପ୍ରସ୍ତୁତି କରିଛି । ଲୋକଙ୍କୁ ଏହା ଜରିଆରେ କରୋନା ନିୟମାବଳୀକୁ ପାଳନ କରିବା ଲାଗି ନିବେଦନ କରୁଛି ।’ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବା ଦରକାର ବୋଲି ସେ କହିଛନ୍ତି ।