PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

୨୦୨୦ରେ ୪୫ହଜାର ଛୁଇଁପାରେ ସୁନା! ଜାଣନ୍ତୁ କ’ଣ ରହିଛି ସମସ୍ୟା….

ନୂଆଦିଲ୍ଲୀ ୩୧/୧୨: ଭାରତୀୟଙ୍କ ପସନ୍ଦର ବସ୍ତୁ ସୁନା ୨୦୨୦ରେ ଆହୁରି ମହଙ୍ଗା ହେବାକୁ ଯାଉଛି । ୧୦ ଗ୍ରାମ୍‌ ପିଛା ଏହା ୪୫,୦୦୦ ଟଙ୍କା ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଭୌଗୋଳିକ ଓ ରାଜନୈତିକ ପରିସ୍ଥିତି, ଆର୍ଥିକ ସମସ୍ୟା ଏବଂ ଟଙ୍କା ମୂଲ୍ୟରେ ଅସ୍ଥିରତା ଯୋଗୁ ସୁନା ଦର ଆଶାତୀତ ବଢ଼ିପାରେ ।

ସରକାରଙ୍କ ପକ୍ଷରୁ ଅଣାଯାଇଥିବା କିଛି ନୀତି ଏବଂ ପୁଞ୍ଜି ବଜାରରେ ଦେଖାଦେଇଥିବା ଉତ୍ସାହ ଯୋଗୁ ବିଦାୟୀ ୨୦୧୯ ବର୍ଷରେ ସୁନା ଦରରେ ଅସ୍ଥିରତା ଲାଗିରହିଥିଲା । ବର୍ଷର ଦ୍ୱିତୀୟାର୍ଦ୍ଧରେ ଏହାର ମୂଲ୍ୟ ବଢ଼ିଥିଲା । ତେବେ ଏହାର ସର୍ବାଧିକ ଦର ୧୦ ଗ୍ରାମ୍‌ ପିଛା ୩୯,୯୦୦ ଟଙ୍କା ଯାଏଁ ଯାଇଥିଲା । ୱାର୍ଲଡ ଗୋଲ୍‌ଡ କାଉନ୍‌ସିଲ୍‌ ତଥ୍ୟ ମୁତାବକ ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ୧୪ଟି କେନ୍ଦ୍ରୀୟ ବ୍ୟାଙ୍କ ନିଜ ଭଣ୍ଡାରରେ ୧ ଟନ୍‌ ଲେଖାଏଁ ଅଧିକ ସୁନା ଗଚ୍ଛିତ ରଖିଛନ୍ତି ।

ଏହାର ପ୍ରଭାବ ମଧ୍ୟ ସୁନାର ଅନ୍ତର୍ଜାତୀୟ ଦର ଉପରେ ପଡ଼ିଥିଲା ।କୋମଟ୍ରେଞ୍ଜ ରିସର୍ଚ୍ଚ ନିର୍ଦ୍ଦେଶକ ଜି ତ୍ୟାଗରାଜନ କହିଛନ୍ତି, ୨୦୨୦ରେ ଭୌଗୋଳିକ ଓ ରାଜନୈତିକ ଘଟଣା ଯୋଗୁ ନିବେଶକମାନଙ୍କର ଚିନ୍ତା ବଢ଼ିଯିବ । ସମସ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବ । ବିଶ୍ୱ ବଜାରରେ ସୁଧ ହାର ନିମ୍ନ ସ୍ତରରେ ରହିବା କାରଣରୁ ସେୟାର ଦର ଅଧିକ ଉଚ୍ଚା ରହିବ । ତେଣୁ ଲୋକମାନେ ସୁନା ଭଳି ସୁରକ୍ଷିତ ସମ୍ପତ୍ତିରେ ନିବେଶ କରିବାକୁ ଉଚିତ ମଣିବେ । ଆମେରିକା-ଚୀନ୍‌ କାରବାର ପ୍ରଭାବିତ ହେବାଠାରୁ ଆରମ୍ଭ କରି ଭୂ-ରାଜନୈତିକ ପରିସ୍ଥିତି ବିଶ୍ୱ ବଜାରକୁ ପ୍ରଭାବିତ କରିବ । ଏହାବ୍ୟତୀତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବି ନିବେଶକଙ୍କ ନଜର ରହିବ ।