PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

ସ୍ବର୍ଣ୍ଣପଦକ ଜିତି ଦେଶପାଇଁ ଆଣିଥିଲେ ଗୌରବ, ଏବେ ପରିବା ବିକ୍ରି କରି ଚଳୁଛନ୍ତି ଏହି ଖେଳାଳି

https://aajtak.intoday.in/

ରାଞ୍ଚି,୧୦।୮: ଦେଶର ଦିନେ ଗୌରବ ସାଜିଥିବା ଅନ୍ତର୍ଜାତୀୟ ଥ୍ରୋ ବଲ୍ ଖେଳାଳି ଏବେ ବିକ୍ରି କରୁଛନ୍ତି ପରିବା। ଦିନେ ଅନ୍ତର୍ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳି ସ୍ବର୍ଣ୍ଣପଦକ ଜିତି ଦେଶଓ ରାଜ୍ୟର ନାଁ ମଧ୍ୟ ଉଜ୍ବଳ କରିଥିଲେ। ଛୋଟିଆ ଗାଁରୁ ଆସି ଅନ୍ତର୍ଜାତୀୟ ସ୍ତରରେ ଖେିଳିବା ରାଞ୍ଚିର ଅରଗୋଡାରେ ରହୁଥିବା ଅମରଦୀପ କୁମାରଙ୍କ ପାଇଁ ସହଜ ନଥିଲା। କିନ୍ତୁ କରୋନା କାଳରେ ସାରା ଦେଶ ସହ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହି ଖେଳାଳି ଜଣକ ପରିବା ବିକ୍ରି କରି ନିଜର ଓ ପରିବାରର ​‌ପେଟ ପୋଷିବାକୁ ବାଧ୍ୟ ହୋଇଛନ୍ତି।

୨୦୧୭ରେ ଅମରଦୀପ ଏକ ଟୁର୍ଣ୍ଣାମେଟ ଖେଳିବା ପାଇଁ ନେପାଳ ଯାଇଥାନ୍ତେ । କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିଲା। ଏଥିପାଇଁ ତାଙ୍କ ମା’ କଳାବତୀ ନିଜର ସୁନାର ଚୁଡି ବନ୍ଧା ରଖି ଟଙ୍କା ଆଣିଥିଲେ। ମା’ଙ୍କର ଏହି ତ୍ୟାଗକୁ ପୁଅ ବ୍ୟର୍ଥ ହେବାକୁ ଦେଇନଥିଲେ। ୭ ଦେଶର ଏହି ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ସ୍ବର୍ଣ୍ଣପଦକ ଜିତିଥିଲେ।

୨୦୨୦ରେ ଆମେରିକାରେ ହେବାକୁ ଥିବା ଅନ୍ତର୍ଜାତୀୟ ଥ୍ରୋ ବଲ୍ ଚମ୍ପିଆନସିପରେ ଅମରଦୀପଙ୍କୁ ଭାଗ ନେବାର ଥିଲା। କିନ୍ତୁ କରୋନା କାରଣରୁ ସେହି ଚମ୍ପିଆନସିପକୁ ରଦ୍ଦ କରିବାକୁ ପଡିଥିଲା। ଅମରଦ୍ବୀପ ଘରେ ଅଭ୍ୟାସ କରି ଘର ଖର୍ଚ୍ଚ ଉଠାଇବା ପାଇଁ ପରିବା ବିକ୍ରି କରୁଛନ୍ତି। ଯାହାଫଳରେ ନିଜର ବାପା-ମାଙ୍କର କିଛି ସାହାଯ୍ୟ କରିପାରିବେ। ଅନ୍ତର୍ଜାତୀୟ ସ୍ତରରେ ଖେଳିସାରିଥିବା ଅମରଦୀପଙ୍କୁ ଏହି ସମୟରେ ସହାୟତାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି, କିନ୍ତୁ ସରକାର, ଖେଳ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ନାହାନ୍ତି। ଅମରଦୀପଙ୍କ କହିବା ଅନୁସାରେ ଏହି ଖରାପ ସମୟରେ ପରିବା ବିକ୍ରି କରିବା ବ୍ୟତୀତ ଗାଡି ଚଳାଇବାକୁ ପଡୁଛି, ଯେଉଁ କାରଣରୁ ସେ ନିଜର ପାଠପଢା ଏବଂ ପ୍ରାକ୍ଟିସ୍ ଠିକ୍ ଭାବରେ କରିପାରୁଛନ୍ତି।

ସମ୍ବନ୍ଧିତ ଖବର