୫ହଜାର କମିଲା ସୁନାଦର -୪,୨୦୦ ଖସିଲା ରୂପା, ୬ ଦିନରେ କମିଛି ଏତିକି

gold-rate

ନୂଆଦିଲ୍ଲୀ ୧୭.୦୩- ଗତ ୬ ଦିନ ମଧ୍ୟରେ ସୁନାଦର ପ୍ରାୟ ୬ ହଜାର ଟଙ୍କା କମିଯାଇଛି । ଭାରତ ସହ ଅନ୍ତର୍ଜାତୀୟ ବଜାରରେ ସୁନାଦର ଏତିକି ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଫ୍ୟୁଚର ପ୍ରାଇସ୍ ମଙ୍ଗଳବାରରେ ପ୍ରାୟ ୧.୨ ପ୍ରତିଶତ ବା ୪୫୮୦ ଟଙ୍କା ହ୍ରାସ ପାଇ ୩୯ ହଜାର,୦୩୭ ଟଙ୍କାରେ ପହଞ୍ଚିଛି । ପ୍ରତି ୧୦ ଗ୍ରାମ ଶୁଦ୍ଧ ସୁନାର ଦର ଏଥିକି ହ୍ରାସ ପାଇଛି । ଗତ ସେସନ୍‌ରେ ସୁନାଦର ପ୍ରାୟ ୪୪,୫୦୦ ଟଙ୍କା ପ୍ରତି ୧୦ ଗ୍ରାମ ପହଞ୍ଚିଥିଲା । ଏବେ ଏହି ଦର ପ୍ରାୟ ୫ ହଜାର ଟଙ୍କା ଖସିଛି ।

ରୂପାଦର ବି ହ୍ରାସ ପାଇଛି । ଏକ କିଲୋ ରୂପା ଦର ହ୍ରାସ ପାଇ ୩୫,୫୯୩ ଟଙ୍କାରେ ପହଞ୍ଚିଛି । ଏଥିରେ ଗତ ଦିନ ଅପେକ୍ଷା ରୂପାଦର ୧.୭ ପ୍ରତିଶତ ହ୍ରାସପାଇଛି । ଏକକ ସପ୍ତାହ ମଧ୍ୟରେ ରୂପାଦର ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି । ଏହାର ଦର ପ୍ରାୟ.୪,୨୦୦ ଟଙ୍କା କମିଛି ।

source:www.thenational.ae

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଓ ରୂପା ଦର ହ୍ରାସ ପାଇଛି । ଏହା ୨ ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନସ୍‌ ୧,୫୧୧.୩୦ ଡଲାରରେ ପହଞ୍ଚିଛି ।

   ସମ୍ବନ୍ଧିତ ଖବର


ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ

ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଲକ୍ଷେ ଟଙ୍କାରେ ବିକ୍ରି ହେଉଥିବା iPhone 12 Proକୁ ପ୍ରସ୍ତୁତ କରିବାରେ ଖର୍ଚ୍ଚ ମାତ୍ର ୩୦ ହଜାର ଟଙ୍କା !