ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ନୂଆଦିଲ୍ଲୀ, ୨୬/ ୧୦: କ୍ରମାଗତ ଭାବେ କମିବାରେ ଲାଗିଛି ସୁନା ଦର। ଆମେରିକାର ଡଲାର ମଜଭୁତ ହେବା ପରେ ବିଶ୍ବ ସ୍ତରରେ ସୁନାର ଦାମ୍‌ ଖସିବାରେ ଲାଗିଛି। ସେହିପରି କମେକ୍ସରେ ସୁନାର ଦାମ୍‌ ହ୍ରାସ ପାଇ ନିମ୍ନ ସ୍ତରରେ ପହଁଚିଛି। ଯାହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ିଛି।

ଦିଲ୍ଲୀ ଗହଣା ବଜାରରେ ସୋମବାର ସୁନାଦର ୧୦ ଗ୍ରାମ ପ୍ରତି ୫୧ ହଜାର ଟଙ୍କାରେ ପହଁଚିଛି । ସେହିପରି ରୁପାର ଦାମ୍ ମଧ୍ୟ ୭୫୩ ଗ୍ରାମ୍ ହ୍ରାସ ପାଇଛି। ଦିଲ୍ଲୀ ଗହଣା ବଜାରରେ ସୁନାଦର ୧୦ ଗ୍ରାମ ପିଛା ୫୯ ଟଙ୍କା ହ୍ରାସ ପାଇଛି। ଏବେସୁନା ଦର ୧୦ ଗ୍ରାମ ପିଛା ୫୧,୦୩୪ ରହିଛି। ଏହାପୂର୍ବରୁ ଦାମ୍ ୫୧,୦୯୩ ଟଙ୍କା ଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ଦର ଆଉନ୍ସ ପିଛା ୧୯୦୧ ଡଲାର ରହିଛି। ତେବେ ଦୀପାବଳି ପରେ ସୁନା ଦାମ୍ ଆହୁରି ବଡିପାରେ। ଡିସେମ୍ବର ଶେଷ ସୁଦ୍ଧା ସୁନା ଦର ସର୍ବାଧିକ ଦାମ୍ ଛୁଇଁପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ସୂଚନାଥାଉକି, ଗତ ଅଗଷ୍ଟ ମାସରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୫୬,୨୦୦ ଟଙ୍କା ଥିଲା। ସେବେଠାରୁ ଏବେ ଯାଏ ସୁନା ଦର ୫୫୦୦ ଟଙ୍କା ହ୍ରାସ ପାଇଲାଣି।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ