ଖସିଲା ସୁନା , ତେଲ ତା ସହ ଖସିଲା ଷ୍ଟକ ଏକ୍ସଚେଞ୍ଜ

ମୁମ୍ବାଇ ୧୨।୦୩ – କରୋନା ଭାଇରସ ମହାମାରୀ ଘୋଷଣା ହେବା ପରେ ଷ୍ଟକ ବଜାରରେ ସଙ୍କଟ ଦେଖାଦେଇଛି। ପ୍ରାୟ ସମସ୍ତ ଅନ୍ତର୍ଜାତୀୟ ଷ୍ଟକ ବଜାର ସହ ଭାରତୀୟ ଷ୍ଟକ ବଜାରରେ  ଏହାର ଗୁରୁତର ପ୍ରଭାବ ପଡିଛି । ଆଜି ସେନସେକ୍ସ ପ୍ରାୟ ୩ ହଜାର ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫଟି ୯ ଶହ  ପଏଣ୍ଟ ହ୍ରାସ ପାଇଥିବା ଦେଖାଯାଇଥିଲା ।  

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩୮ ଡଲାରକୁ ଖସିଆସିଛି । ଫଳରେ ପେଟ୍ରେୋଲ ଓ ଡିଜେଲ ଦରରେ କ୍ରମାଗତ ହ୍ରାସ ପାଉଛି । କେବଳ ଏତିକି ନୁହେଁ  ଭାରତୀୟ ମୁଦ୍ରା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ୭୪.୪୮କୁ ଖସି ଯାଇଛି । ଗୋଟିଏ ଦିନରେ ଟଙ୍କାର ମୂଲ୍ୟ ୬୦ପଇସା ଖସି ଯାଇଛି । ଗତ ୧୭ମାସ ଭିତରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ହ୍ରାସ । ୧୦ଗ୍ରାମ ସୁନାର ମୂଲ୍ୟ ୪୩ ହଜାରରେ ପହଞ୍ଚିଛି, ସେହିପରି ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୪୫ ହଜାର ଟଙ୍କା ପହଞ୍ଚିଛି।

ଗଡ଼ଗଡ଼େଇଲା ଅନ୍ତର୍ଜାତୀୟ ଷ୍ଟକ ବଜାର। ଭାରତୀୟ ଷ୍ଟକ ମାର୍କେଟରେ ବି ଖସିଗଲା। ଆଜି ମଧ୍ୟାହ୍ଣ ସୁଦ୍ଧା ସେନ୍ସେକ୍ସ ୩ ହଜାର ୨୦୪.୩ ପଏଣ୍ଟ ଖସି  ୩୨ହାଜାର ୪୯୩.୧୦କୁ ହ୍ରାସ ପାଇଥିଲା । ସେହିପରି ନିଫ୍ଟି ୯୫୦.୪ ପଏଣ୍ଟକୁ ଖସି ୯ ହାଜାର ୫୦୮ ଛୁଇଁଥିଲା । ଏହା ପରେ ଷ୍ଟକ ମାର୍କେଟ ବନ୍ଦ ସୁଦ୍ଧା ସେନସେକ୍ସ ୨୯ଶହ ପଏଣ୍ଟରେ ତଳେ ବନ୍ଦ ହୋଇଛି । ଯାହା ଗତ ୨ବର୍ଷ ଭିତରେ ସର୍ବନିମ୍ନ।  ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନଙ୍କର ପ୍ରାୟ ୧୦ ଲକ୍ଷ କୋଟିର କ୍ଷତି ହୋଇଥିବା ଅଟକଳ କରାଯାଉଛି ।

କରେନାକୁ ନେଇ ସାରା ବିଶ୍ବରେ ହଡକମ୍ପ ଖେଳି ଯାଇଛି । ନିବେଶକ ମାନେ ଆତଙ୍କିତ ହୋଇ ଷ୍ଟକ ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ଏପରି ହେଉଥିବା କୁହାଯାଉଛି  ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ