PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସୁନା ଦାମ୍‌ରେ ଦେଖାଗଲା ୭ ବର୍ଷରେ ସବୁଠାରୁ ବଡ ହ୍ରାସ !

https://www.eastcoastdaily.in/

ମୁମ୍ବାଇ ୧୨/୮: କରୋନା ଭ୍ୟାକସିନକୁ ନେଇ ଲଗାତର ପଜିଟିଭ୍ ଖବର ଆସୁଛି । ଏହା ମଧ୍ୟରେ ସାରା ବିଶ୍ୱରେ ସେୟାର ମାର୍କେଟରେ କ୍ରୟ-ବିକ୍ରୟ ପୁଣି ଫେରିଛି । ଏହି କାରଣରୁ ସୁନା ଦାମରେ ବଡ ହ୍ରାସ ଦେଖିବାକୁ ମିଳିଛି । ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ ଅନ୍ତର୍ଜାତୀୟ ସ୍ତରରେ ସୁନା ଦାମ୍ ୫ ପ୍ରତିଶତରୁ ଅଧିକ ଖସିଛି । ଏକ୍ସପର୍ଟ୍ସଙ୍କ କହିବାନୁସାରେ ଘରୋଇ ବଜାରରେ ସୁନା ଦାମ୍ ଆହୁରି ହ୍ରାସ ହୋଇପାରେ । ବର୍ତ୍ତମାନ ସ୍ତରର ଦାମ୍ ୫-୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବାର ସମ୍ଭାବନା ରହିଛି । ଆପଣଙ୍କୁ କହିରଖୁଛୁ ମଙ୍ଗଳବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ୧୩୧୭ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି । ଏକ କିଲୋଗ୍ରାମ ରୂପା ଦାମ୍ ୧୯୪୩ ଟଙ୍କା ହ୍ରାସ ପାଇଛି ।

ଏକ୍ସପର୍ଟ୍ସଙ୍କ କହିବାନୁସାରେ ସୁନା ପ୍ରାୟ ସଙ୍କଟ ସମୟରେ ଚମକିଥାଏ । ୧୯୭୦ ଦଶକରେ ଆସିଥିବା ମନ୍ଦୀ ସମୟରେ ସୁନାର ନୂଆ ଦାମ୍ ଶିଖରରେ ପହଞ୍ଚି ଯାଇଥିଲା । ଏହା ପରେ ୨୦୦୮ର ଆର୍ଥିକ ମାନ୍ଦାବସ୍ଥାରେ ମଧ୍ୟ ଏମିତି ଦେଖିବାକୁ ମିଳିଥିଲା ଯାହାର ଆକଳନ ଉପରେ ନଜର ପକାଇଲେ ଜଣାପଡେ ଯେ ୮୦ ଦଶକରେ ୭ ଗୁଣା ଅଧିକ ବୃଦ୍ଧିପାଇ ୮୫୦ ଡଲାର୍ ପ୍ରତି ଆଉନ୍ସ ରେକର୍ଡ ଉଚ୍ଚରେ ପହଞ୍ଚି ଯାଇଥିଲା । ଏହା ୨୦୦୮ର ବୈଶିକ ଆର୍ଥିକ ସଙ୍କଟ ପରେ ପୁଣି ବଢିଗଲା ଯାହା ୨୦୧୧ରେ ୧୯୦୦ ଡଲାର୍ ପାର୍ ହୋଇଗଲା । କିନ୍ତୁ ପରେ ଏହା ପୁଣି ଖସିଗଲା । ଏଥିପାଇଁ ଏବେ କୁହାଯାଉଛି କି ଯଦି କରୋନା ଭ୍ୟାକସିନ୍ ଆସୁଛି ତେବେ ସୁନା ଦାମରେ ଲଗାତର ହ୍ରାସ ଦେଖିବାକୁ ମିଳିବ  ।