ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏତେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ନୂଆ ଦାମ୍

ନୂଆଦିଲ୍ଲୀ ୨୯/୬: ଖସିଲା ସୁନା ଦାମ୍ । ସପ୍ତାହର ପ୍ରଥମ କାରବାର ଦିନରେ ସୁନା ଶସ୍ତା ହୋଇଛି । ଏଚଡିଏଫସି ସିକ୍ୟୋରିଟିଡ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ସୋମବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ଖସିଥିବା ଦେଖିବାକୁ ମିଳିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ଦାମରେ ଅଧିକ କିଛି ବ୍ୟତିକ୍ରମ ଦେଖିବାକୁ ମିଳିନି ।

ସୁନାର ନୂଆ ଦାମ୍
ଏଚଡିଏଫସି ସିକ୍ୟେରିଟିଡ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଦିଲ୍ଲୀ ସର୍ରୋଫା ବଜାରରେ ଗୋଲ୍ଡର ନୂଆ ଦାମ୍ ୨୬ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇ ୪୯,୨୪୫ ଟଙ୍କାକୁ ଖସିଆସିଛି । ଏହା ପୂର୍ବରୁ ଶୁକ୍ରବାର ଦାମ୍ ୪୯,୨୭୧ ଟଙ୍କା ପ୍ରତି ୧୦ ଗ୍ରାମ୍ ରହିଥିଲା ଦାମ୍ ।

image courtesy:https://www.gettyimages.es/


ରୂପାର ନୂଆ ଦାମ୍
ରୂପାର ନୂଆ ଦାମ୍ ୪୯,୪୬୧ ଟଙ୍କା ପ୍ରତି କିଲୋଗ୍ରାମ ରହିଛି । ଏହା ପୂର୍ବରୁ ଶୁକ୍ରବାର ରୂପା ଦାମ୍ ୪୯,୪୬୫ ଟଙ୍କା ପ୍ରତି କିଲୋଗ୍ରାମ ରହିଥିଲା  ।

ଏହି ସପ୍ତାହରେ ୫୦ ହଜାର ହୋଇପାରେ ସୁନା
ବିଶେଷଜ୍ଞଙ୍କ କହିବାନୁସାରେ ଚଳିତ ସପ୍ତାହରେ ସୁନା ଦାମ୍ ୫୦ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପହଞ୍ଚିପାରେ । ଦିୱାଲୀ ସୁଦ୍ଧା ସୁନା ଦାମ୍ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭାବନା ମଧ୍ୟ ରହିଛି ବୋଲି ଆକଳନ କରାଯାଉଛି । ସାରା ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥାରେ ଜବରଦସ୍ତ ପ୍ରଭାବ ସୁନା ବଜାର ଉପରେ ପଡିଛି ।

   ସମ୍ବନ୍ଧିତ ଖବର


ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଇଣ୍ଡିଆନ୍ ବ୍ରାଣ୍ଡ୍ ବୋଟ୍ ଲଞ୍ଚ୍ କଲା ପ୍ରଥମ ସ୍ମାର୍ଟବ୍ୟାଣ୍ଡ: ମିଳିବ ୧୦ ଦିନର ବ୍ୟାଟେରୀ ବ୍ୟାକଅପ୍, ଦାମ୍ ମାତ୍ର…

କୋଭିଡ କଟକଣା ଯୋଗୁଁ ବନ୍ଦ ପଡ଼ିଛି ସିନେମା ହଲ୍: ତିଷ୍ଠିବା ପାଇଁ ବିକଳ୍ପ ସନ୍ଧାନରେ ମଲ୍ଟିପ୍ଲେକ୍ସ, ଥିଏଟର୍‌କୁ ବନାଉଛନ୍ତି କ୍ଲାଉଡ୍‌ କିଚେନ୍‌

ବିଶ୍ୱ ଆଇଟି ସେକ୍ଟରରେ କରୋନା ମାଡ଼: କମ୍ପାନିରେ ବଢ଼ୁଛି ଛଟେଇ, ଆଗକୁ ବଢ଼ିବ ବେକାରି ସମସ୍ୟା

ଏୟାର୍‌ ଇଣ୍ଡିଆରେ କରୋନା ମାଡ଼: ୧୮୦ ଟ୍ରେନି କ୍ୟାବିନ୍‌ କ୍ର‌୍ୟୁଙ୍କ ନିଯୁକ୍ତି ଅଫର ପ୍ରତ୍ୟାହୃତ

୧୨ ଦିନ ପରେ ପୁଣି ବଢିଲା ଦାମ୍, ଜାଣନ୍ତୁ ପେଟ୍ରୋଲ୍-ଡିଜେଲ୍ ଲିଟର ପିଛା କେତେ…