ଶସ୍ତା ହେଲା ସୁନା-ରୂପା, ଜାଣନ୍ତୁ ନୂଆ ଦାମ୍

ନୂଆଦିଲ୍ଲୀ ୨୯/୧୦: ଘରୋଇ ବଜାରରେ ସୁନା ଦାମ୍ ହ୍ରାସ ପାଇଛି । ଦିଲ୍ଲୀ ସର୍ରୋଫା ବଜାରରେ ୧୦ ଗ୍ରାମ ସୁନା ଦାମ୍ ୧୨୧ ଟଙ୍କା ହ୍ରାସ ପାଇଛି । ସେହିଭଳି ରୂପା ଦାମ୍ ମଧ୍ୟ ୧୨୭୭ ଟଙ୍କା ପ୍ରତି କିଲୋଗ୍ରାମ ହ୍ରାସ ପାଇଛି । କରୋନା ମାମଲାରେ ପୁଣି ଫ୍ରାନ୍ସ, ଜର୍ମାନୀ ଓ ଆମେରିକାରେ ଚିନ୍ତା ବଢିଯାଇଛି । ଏହି କାରଣରୁ ପରୋକ୍ଷ ଭାବେ ସୁନା ଦାମ୍ ହ୍ରାସ ପାଇଛି । ଆଗାମୀ ସପ୍ତାହରେ ମଧ୍ୟ ଦାମ୍ ଉପରେ ଚାପ ରହିବା ଆଶଙ୍କା କରାଯାଉଛି ।

ସୁନାର ନୂଆ ଦାମ୍
ଗୁରୁବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଏବେ ୫୦,୬୩୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧ ସୁନାର ନୂଆ ଦାମ୍ ୫୦,୬୩୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ଅନ୍ତର୍ଜାତୀୟ ବଜାରରେ ସୁନାର ନୂଆ ଦାମ୍ ୧୮୭୮ ଡଲାର ପ୍ରତି ଆଉନ୍ସ ରହିଛି ।

ରୂପାର ନୂଆ ଦାମ୍
ରୂପା କଥା କହିବା ତ ଆଜି ଏଥିରେ ଭାରୀ ମାତ୍ରାରେ ହ୍ରାସ ଦେଖାଦେଇଛି । ଗୁରୁବାର ଦିଲ୍ଲୀ ସର୍ରୋଫା ବଜାରରେ ରୂପା ୧୨୭୭ ଟଙ୍କା ପ୍ରତି କିଲୋଗ୍ରାମ ଶସ୍ତା ହୋଇଛି । ଏହାର ଦାମ୍ ୬୦,୦୯୮ ଟଙ୍କା ପ୍ରତି କିଲୋଗ୍ରାମକୁ ଆସିଯାଇଛି ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

SBIର କୋଟି କୋଟି ଗ୍ରାହକଙ୍କୁ ଉପହାର, ଆପ୍‌ରେ ଲଞ୍ଚ୍ ହେଲା ନୂଆ ସେବା

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ

୩ ଦିନରେ ୨୦୦୦ ଟଙ୍କା ଶସ୍ତା ହେଲା ସୁନା, ଆଗକୁ ଆହୁରି ଖସିବ

ଆଳୁ ଅସମ୍ଭାଳ: କେଜି ୫୨ ଛୁଇଁଲା, ପଶ୍ଚିମବଙ୍ଗରେ ବି ଅଣାୟତ୍ତ