ବଢିଲା ସୁନା ଦର, ଜାଣନ୍ତୁ ନୂଆ ରେଟ୍

ନୁଆଦିଲ୍ଲୀ ୧୯/୧୧: ଅନ୍ତର୍ଜାତୀୟ ସ୍ତରରେ ସୁନାର ମୂଲ୍ୟ ବଢିବା ପରେ ଏହାର ପ୍ରଭାବ ମଙ୍ଗଳବାର ଘରୋଇ ସରାଫା ମାର୍କେଟରେ ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀର ସରାଫା ବଜାରରେ ସୁନାର ମୂଲ୍ୟ ୩୨୮ ଟଙ୍କା ପ୍ରତି ୧୦ ଗ୍ରାମ ବଢିଯାଇଛି । ଏହି ସମୟରେ ରୂପାର ମୂଲ୍ୟ ମଧ୍ୟ ବଢିଛି । ଏକ କିଲୋଗ୍ରାମ ରୂପାର ଦାମ୍ ୭୪୮ ଟଙ୍କା ବଢିଯାଇଛି । ଏକ୍ସପର୍ଟଙ୍କ କହିବାନୁସାରେ ଆଗକୁ ପୁଣି ସୁନାର ମୂଲ୍ୟ ହ୍ରାସ ପାଇବା ନେଇ ଅନୁମାନ କରାଯାଉଛି । କାରଣ ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍ ୱାରକୁ ସମାପ୍ତ କରିବା ନେଇ ଡିଲ୍ ପ୍ରାୟତଃ ଫାଇନାଲ୍ ହୋଇସାରିଲାଣି ।

ସୁନାର ନୂଆ ରେଟ୍‌
ମଙ୍ଗଳବାର ଦିଲ୍ଲୀ ସରାଫା ବଜାରରେ ସୁନାର ନୂଆ ଦର ୩୮୭୦୦ ଟଙ୍କା ପ୍ରତି ୧୦ ଗ୍ରାମରୁ ବୃଦ୍ଧି ପାଇ ୩୯,୦୨୮ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ସୋମବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୩୮୮୬୦  ଟଙ୍କାରୁ ହ୍ରାସ ପାଇ ୩୮୭୭୫ ଟଙ୍କାକୁ ଆସିଯାଇଛି ।

ରୂପାର ନୂଆ ରେଟ୍
ମଙ୍ଗଳବାର ଦିଲ୍ଲୀରେ ଏକ କିଲୋଗ୍ରାମ ରୂପାର ନୂଆ ଦାମ୍ ୪୫,୧୨୫ ଟଙ୍କାରୁ ବୃଦ୍ଧି ପାଇ ୪୫,୮୭୩ ଟଙ୍କା ହୋଇଯାଇଛି ।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଦେଶରେ ୬ ଜୁଲାଇରୁ ଖୋଲିବ ସମସ୍ତ ସ୍ମାରକୀ, ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା