PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଏଣିକି ସୁନା କିଣିବା କଥା ଭୁଲି ଯାଆନ୍ତୁ ! ପ୍ରଥମ ଥର ପାଇଁ ଛୁଇଁଲା ଏତେ…

https://www.eastcoastdaily.in/

ନୂଆଦିଲ୍ଲୀ ୫/୮: ସାରା ବିଶ୍ୱରେ କରୋନା ସଂକ୍ରମଣ ମାମଲା ମଧ୍ୟରେ ସୁନା ରେଟ୍ ପୁଣି ବଢିଛି । ବୁଧବାର ଦିଲ୍ଲୀ ସର୍ରୋଫା ବଜାରରେ ୧୦ ଗ୍ରାମ ସୁନା ଦାମ୍ ୧୩୬୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହି ସମୟରେ ଦିଲ୍ଲୀରେ ଏକ କିଲୋଗ୍ରାମ ରୂପା ଦାମ୍ ପ୍ରଥମ ଥର ପାଇଁ ୭୨,୭୨୬ ଟଙ୍କାର ନୂଆ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି ।

ସୁନାର ନୂଆ ଦାମ୍
ବୁଧବାର ଦିଲ୍ଲୀ ସର୍ରୋଫା ବଜାରରେ ୯୯.୯ ପ୍ରତିଶତ ଶୁଦ୍ଧ ସୁନାର ଦାମ୍ ଏପର୍ଯ୍ୟନ୍ତର ସର୍ବୋଚ୍ଚ ସ୍ତର ୫୬,୧୮୧ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଯାଇଛି । ଏହା ପୂର୍ବରୁ ମଙ୍ଗଳବାର ଏହା ୫୪,୮୧୬ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା । ଏହି ସମୟରେ ସୁନାରେ ୧୩୬୫ ଟଙ୍କା ପ୍ରତି ୧୦ ଗ୍ରାମର ସବୁଠାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ତେବେ ମୁମ୍ବାଇରେ ଦାମ୍ ବୃଦ୍ଧି ପାଇ ୫୫୨୦୧ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଯାଇଛି । 

ରୂପାର ନୂଆ ଦାମ୍
ବୁଧବାର ଦିଲ୍ଲୀରେ ଏକ କିଲୋଗ୍ରାମ ରୂପା ଦାମ୍ ୬୬,୭୫୪ ଟଙ୍କାରୁ ବୃଦ୍ଧି ପାଇ ୭୨,୭୨୬ ଟଙ୍କା ହୋଇଯାଇଛି । ଏହି ସମୟରେ ଦାମରେ ୫୯୭୨ ଟଙ୍କାର ବୃଦ୍ଧି ହୋଇଛି । ମୁମ୍ବାଇରେ ରୂପା ଦାମ୍ ବୃଦ୍ଧି ପାଇ ୬୯୨୨୫ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚି ଯାଇଛି ।

ଅନ୍ତର୍ଜାତୀୟ ବଜାରରେ ସୁନାର ହାଜିରା ଦାମ୍ ଆଜି ୨୦୨୦ ଡଲାର୍ ପ୍ରତି ଆଉନ୍ସ ପାର୍ ହୋଇଛି । ଆମେରିକୀୟ ସୁନା ବାଏଦା ୦.୯% ବୃଦ୍ଧି ସହିତ ୨.୦୩୯ ଡଲାରରେ ବନ୍ଦ ହୋଇଥିଲା । ଚଳିତ ବର୍ଷ ବୈଶିକ ବଜାରରେ ସୁନା ଦାମରେ ୩୩ ପ୍ରତିଶତ ତୀବ୍ରତା ଆସିଛି ।