କରୋନା ଯୋଗୁ ଦ୍ରୁତ ଗତିରେ ବଢ଼ିଛି ସୁନା ଦର: ଖୁବ୍‌ଶୀଘ୍ର ୫୦ହଜାର ଛୁଇଁବ

ନୂଆଦିଲ୍ଲୀ ୧୮/୪: କରୋନା ଭୂତାଣୁ(କୋଭିଡ-୧୯) ଯୋଗୁ ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତତା ଦେଖାଦେଇଛି । ଔଦ୍ୟୋଗିକ କାର୍ଯ୍ୟକଳାପ ଠପ୍‌ ହୋଇପଡିଛି । ଅଶୋଧିତ ତୈଳ ଦର ହ୍ରାସ ଘଟି ବ୍ୟାରେଲ ପିଛା ୨୦ ଡଲାରକୁ ଖସିଆସିଛି । କିନ୍ତୁ ସୁନା ଦର ଦ୍ରୁତ ଗତିରେ ବଢ଼ିଚାଲିଛି । ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ଏହି ଧାତୁର ଦର ୧୪୬୦ ଡଲାରରୁ ବଢ଼ି ୧୭୫୦ ଡଲାରରେ ପହଞ୍ଚିଯାଇଛି । ମାସକ ମଧ୍ୟରେ ଏଥିରେ ୨୦%ର ବୃଦ୍ଧି ଘଟିଲାଣି । ଘରୋଇ ବଜାରରେ ମାର୍ଚ୍ଚ ୧୬ରେ ଏହି ମୂଲ୍ୟବାନ ଧାତୁର ଦର ୧୦ ଗ୍ରାମ ପିଛା ୩୮୪୦୦ ଟଙ୍କା ଥିବାବେଳେ ଏପ୍ରିଲ ୧୬ରେ ୪୭,୦୦୦ ଟଙ୍କା ଅତିକ୍ରମ କରିଛି । ଏଥିରେ ପ୍ରାୟ ୨୨% ବୃଦ୍ଧି ଘଟିଛି । ତେବେ ଟ୍ରେଣ୍ଡ ଏହିଭଳି ରହିଲେ ଆଗକୁ ଏହି ହଳଦିଆ ଧାତୁର ଦର ୫୦,୦୦୦ ଛୁଇଁବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆଞ୍ଜେଲ ବ୍ରୋକିଂର ମୁଖ୍ୟ ବିଶ୍ଳେଷକ ପ୍ରଥମେଶ ମାଲ୍ୟା କହିଛନ୍ତି ଯେ, ଅନିଶ୍ଚିତତାର ଏହି ପରିସ୍ଥିତି ମଧ୍ୟରେ ସୁନା ନିବେଶର ଏକ ସୁରକ୍ଷିତ ମାଧ୍ୟମ ପାଲଟିଛି ।

ଅନ୍ୟ ନିବେଶ ମୋଡ୍‌ରେ ରିସ୍କ୍‌ ରହୁଥିବାରୁ ନିବେଶକ ସୁନାକୁ ସୁରକ୍ଷିତ ମଣୁଛନ୍ତି । ସମ୍ପ୍ରତି ଶିଳ୍ପ କାରବାର ବ୍ୟାହତ ହୋଇଛି । ସମଗ୍ର ବିଶ୍ୱରେ ବିନିର୍ମାଣ କ୍ଷେତ୍ର ନିମ୍ନମଖୀ ହୋଇଛି । ବିଶ୍ୱ ବିକାଶ ହାର ମଧ୍ୟ ସଙ୍କୁଚିତ ହେବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନଗୁଡିକ ଆଶଙ୍କା ପ୍ରକାଶ କରିଛନ୍ତି । ଫଳରେ ଅନ୍ୟ କୌଣସି ଉତ୍ପାଦ ବଦଳରେ ସୁନାରେ ନିବେଶ ବଢ଼ିଛି । ଚାହିଦା ବଢ଼ିବା ଦ୍ୱାରା ସୁନା ପୂର୍ବାପେକ୍ଷା ଅଧିକ ଚମକୁଛି । ପ୍ରଥମେ ମାଲ୍ୟା କହିଛନ୍ତି ଯେ, ସମଗ୍ର ବିଶ୍ୱରେ କୋଭିଡ-୧୯ର ଭୟାବହତା ଦିନକୁ ଦିନ ବଢ଼ିଚାଲିଛି । ଏଭଳି ଅନିଶ୍ଚିତତା ମଧ୍ୟରେ ସୁନାରେ ନିବେଶ ଆହୁରି ବଢ଼ିଚାଲିବ । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୮୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଘରୋଇ ବଜାରରେ ଏହା ୫୦,୦୦୦ ଟଙ୍କା ଅତିକ୍ରମ କରିପାରେ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା –ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ କରୋନା

ପାର୍ବଣ ଋତୁରେ SBIର ବଡ଼ ଅଫ‌ର, ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ନବରାତ୍ରୀରେ ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି, ପୂଜା ପେଣ୍ଡାଲରେ ଲାଗିଲା ତାଙ୍କର ପେଣ୍ଟିଂ

କରୋନା କାଳରେ ଏହି ଦେଶର ଲୋକମାନେ ବୁଲିବୁଲି ଖୋଜୁଛନ୍ତି ‘ବିଶେଷ ଜିନିଷ’, ଯଦି ମିଳିଯିବ ତେବେ…