ପ୍ରଥମ ଥର ପାଇଁ ରେକର୍ଡ଼ ଭାଙ୍ଗିଲା ସୁନା ଦର: ୧୦ଗ୍ରାମ ପିଛା ୪୦,୧୬୦ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ ୨୬।୮: ପୁଣି ଚିନ୍ତା ବଢାଇଲା ସୁନା ଦର। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ବୃଦ୍ଧି ପାଇଛି ସୁନାଦର। ଦିଲ୍ଲୀ ସରଫା ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇ ପ୍ରଥମ ଥର ପାଇଁ ୪୦ହଜାର ପାର ହୋଇ ଏକ ନୂଆ ରେକର୍ଡ଼ ସ୍ତରରେ ପହଂଚିଛି । ରୂପା ଦର ମଧ୍ୟ ବୃଦ୍ଧି ପାଇଛି । ଆଜି ପ୍ରଥମ କେଇ ଘଣ୍ଟା ମଧ୍ୟରେ ରୁପା ଦର କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କା ଛୁଇଁଥିଲା। ତେବେ କିଛି ସମୟ ମଧ୍ୟରେ ଏହା ୪୫,୦୫୮ ଟଙ୍କାକୁ ଖସି ଆସିଛି। ୨୦୧୬ ମସିହା ପରେ ଆଜି ରୁପା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଦିଲ୍ଲୀ ସରଫା ବଜାରରେ ସୋମବାର ଦିନ ୧୧ଟା ବେଳେ ୧୦ଗ୍ରାମ ପ୍ରତି ସୁନା ଦର ୧.୪୫ ପ୍ରତିଶତ ଅର୍ଥାତ ୫୫୦ ଟଙ୍କା ବୃଦ୍ଧି ପାଇ ୧୦ଗ୍ରାମ ସୁନା ୩୯, ୩୦୦ଟଙ୍କା ରହିଥିଲା । ତାହା ବର୍ତ୍ତମାନ ଦିନ ୧.୩୦ ବେଳେ ପୁଣି ବୃଦ୍ଧି ପାଇ ୧୦ଗ୍ରାମ ସୁନାର ମୂଲ୍ୟ ୪୦ହଜାର ପାର କରିଛି । ବର୍ତ୍ତମାନ ସୁନା ଦର ୧୦ଗ୍ରାମକୁ ୪୦,୧୬୦ ଟଙ୍କା ରହିଛି ।ସେହିପରି ପ୍ରତି କିଲୋ ରୂପା ମୂଲ୍ୟରେ ୧.୪୮ ପ୍ରତିଶତ ଅର୍ଥାତ ୬୭୦ ଟଙ୍କା ବୃଦ୍ଧି ପାଇ ୪୫,୨୭୫ ଟଙ୍କା ରହିଛି । 

ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁଁ ସୁନା ଓ ରୁପାର ଦର ବୃଦ୍ଧି ପାଉଥିବା ବଜାର ବିଶେଷଜ୍ଞମାନେ ଅନୁଶୀଳନ କରୁଛନ୍ତି। ଏହି ବାଣିଜ୍ୟ ଯୁଦ୍ଧ ଯୋଗୁଁ ନିବେଶକାରୀମାନେ ଶିଳ୍ପ ଓ ମାନୁଫାକ୍ଚରିଂ କ୍ଷେତ୍ରରେ ପୁଞ୍ଜି ଖଟେଇବାକୁ ପସନ୍ଦ କରୁ ନାହାନ୍ତି। ଛୋଟ ଛୋଟ ପୁଞ୍ଜିନିବେଶକମାନେ ଶେୟାର ବଜାରରୁ ଟଙ୍କା ଉଠାଇ ଆଣି ସୁନା ଓ ରୁପାରେ ନିବେଶ କରୁଛନ୍ତି।

ଅନ୍ତର୍ଜାତୀୟ ବଜାରରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ଯୋଗୁଁ ଭାରତୀୟ ମୁଦ୍ରା ଟଙ୍କାର ମଧ୍ୟ ମୂଲ୍ୟହ୍ରାସ ଘଟିଛି। ସୋମବାର ୧ ମାର୍କିନ ଡଲାର ମୂଲ୍ୟ ୭୨.୦୩ ଟଙ୍କାରୁ କାରବାର ଆରମ୍ଭ କରି ଖୁବଶୀଘ୍ର ୭୨.୨୫ ଟଙ୍କାରେ ପହଂଚିଯାଇଛି। ଚୀନ ମୁଦ୍ରା ୟୁଆନର ମୂଲ୍ୟହ୍ରାସ ଯୋଗୁଁ ଭାରତୀୟ ମୁଦ୍ରା ଚାପଗ୍ରସ୍ତ ହୋଇଥିବା କୁହାଯାଉଛି। ଆଜି ଅନ୍ତର୍ଜାତୀୟ ବଜାରରେ ୧ ଡଲାରର ମୂଲ୍ୟ ୭.୧୪୮୭ ୟୁଆନ ରହିଛି।

   ସମ୍ବନ୍ଧିତ ଖବର


ମହଙ୍ଗା ପଡ଼ିଲା ପରକିଆ ପ୍ରୀତି : ହାତ ବାନ୍ଧି ଯୁବକଙ୍କୁ ଉଲଗ୍ନ କରି ନିର୍ଧୁମ୍‌ ପିଟିଲେ ଗ୍ରାମବାସୀ

ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ

ପାଇଖାନାରେ କଟୁଛି ବୃଦ୍ଧାଙ୍କ ଜୀବନ

ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ

ଓଡ଼ିଆ ବୈଜ୍ଞାନିକ ପାଇଲେ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ତଣ୍ଡ ଗଣିଲେଣି ୬୦୯୨୯ ଜଣ -ନିୟମ ଫାଙ୍କିଥିବା ୧୨୬ ଦୋକାନ ସିଲ୍‌, ଅମାନିଆଙ୍କୁ ସାବାଡ୍‌ କରୁଛି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌