ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ପାକିସ୍ତାନୀଙ୍କ ପାଇଁ ସୁନା ପାଲଟିଲା ସ୍ବପ୍ନ, ଭାରତ ଠାରୁ ଦୁଇ ଗୁଣାରୁ ଅଧିକ ରହିଛି ମୂଲ୍ୟ

ନୂଆଦିଲ୍ଲୀ,୨୯।୮: ପାକିସ୍ତାନରେ ଏବେ ସାଧାରଣ ଲୋକଙ୍କ ପଇଁ ସମସ୍ୟା ବଢିବାରେ ଲାଗିଛି। ପେଟ୍ରୋଲ-ଡିଜେଲ ପରେ ଏବେ ଦେଶରେ ସୁନାର ମୂଲ୍ୟ ସବୁଠାରୁ ଉଚ୍ଚସ୍ତରରେ ପହଁଞ୍ଚି ଯାଇଛି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେଠାରେ ୧୦ ଗ୍ରାମ ସୁନାର ମୂଲ୍ୟ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ୯୦ ହଜାର ଟଙ୍କା ହୋଇଚି। ଭାରତରେ ଯେଉଁଠି ୧୦ ଗ୍ରାମ ସୁନାକୁ ୩୯,୯୭୦ ଟଙ୍କା ହୋଇଯାଇଛି, ସେଠାରେ ପାକିସ୍ତାନରେ ଏବେ ତାହା ୯୦,୦୦୦ ଟଙ୍କା ରହିଛି। ଯାହାକି ଭାରତ ତୁଳନାରେ ଦୁଇଗୁଣା ଅଧିକ।

wp:gallery {"ids":[39653]} /wp:gallery

ସୋନା-ଅଲ୍ ସିନ୍ଦ ସରାଫା ଜ୍ବେଲର୍ସ ଆସୋସିଏସନ୍(ଏଏସ୍ଏସଜେଏ)ର କହିବା ଅନୁସାରେ ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବଢିବା କାରଣରୁ ଘରୋଇ ସ୍ତରରେ ଏହାର ଦାମ ବଢିବାରେ ଲାଗିଛି। ଆଗାମୀ କିଛି ଦିନ ଭିତରେ ଘରୋଇ ସ୍ତରରେ ସୁନା ୧ ଲକ୍ଷ ଟଙ୍କା ପାର କରିପାରେ। ଏବେ ପାକିସ୍ତାନରେ ସୁନା କିଣିବା ସାଧାରଣ ଲୋକଙ୍କ ପାଇଁ ସହଜ ନୁହେଁ। କାରଣ ସାଧାରଣ ଲୋକ ଏବେ ସେଠାରେ ନିଜର ଖର୍ଚ୍ଚ ଉଠାଇବା ଖୁବ୍ କଷ୍ଟକର।

wp:gallery {"ids":[39654]} /wp:gallery

ହାଜି ହାରୁନ ରଶିଦ ଚନ୍ଦଙ୍କ କହିବା ଅନୁସାରେ, ଘରୋଇ ଗୋଲ୍ଡ ମାର୍କେଟ ପାଇଁ ସବୁଠାରୁ ବଡ ଟେନସନ୍ ହେଲା ଫେଡେରାଲ ଅଫ୍ ରେଭିନ୍ୟୁ ଅର୍ଥାତ(ଏଫବିଆର) ପକ୍ଷରୁ ସୁନା ବିକ୍ରି ଉପରେ ଲଗାଯାଇଥିବା ୧୭.୫ ପ୍ରତିଶତ ଟାକ୍ସ। ଏହି କାରଣରୁ ଦେଶରେ ସୁନାର ଡିମାଣ୍ଡ କମ୍ ହୋଇଯିବା କାରଣରୁ ସୁନା ଗହଣା ଦୋକାନ ସବୁ ବନ୍ଦ ହୋଇଯାଇଛି। ଆଗାମୀ କିଛି ଦିନ ପରେ ଗହଣା ଦୋକାନୀମାନେ ଦୋକାନ ବନ୍ଦ କରି ସରକାରଙ୍କ ବିରୋଧରେ ବିକ୍ଷୋଭ କରିବେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.