ଲକ୍‌ଡାଉନ୍‌ ପରେ ବଢ଼ିବ ପୁରୁଣା ସୁନା ବିକ୍ରି

ଏବେ ଲକ୍‌ ଡାଉନ୍‌  ଚାଲିଛି । ଏହା ଶେଷ ହେବା ପରେ ପୁରୁଣା ସୁନା ବିକ୍ରି ବଢ଼ିପାରେ । କାରଣ ହାତକୁ ନଗଦ ଆଣିବା ପାଇଁ ଲୋକେ ସୁନା ବିକ୍ରି କରିପାରନ୍ତି । ବଜାର ବିଶେଷଜ୍ଞମାନେ ଏହା ପ୍ରକାଶ କରିଛନ୍ତି ।

ସମ୍ପ୍ରତି ୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୪୫,୦୦୦ ଟଙ୍କା ରହିଛି । ଗହଣା ବ୍ୟବସାୟୀଙ୍କ ଅନୁସାରେ ସବୁଠାରୁ ଅଧିକ ସୁନା ଚାଷୀମାନେ ବିକ୍ରି କରିପାରନ୍ତି । କାରଣ ମଣ୍ଡିଗୁଡିକ ବନ୍ଦ ପଡିଥିବା କାରଣରୁ ସେମାନେ ଫସଲ ବିକ୍ରି କରିପାରୁନାହାନ୍ତି । ପରିବହନ ଠପ୍‌ ହୋଇଥିବାରୁ ବଜାରରେ ସେମାନଙ୍କ ଫସଲ ପହଞ୍ଚିପାରୁନାହିଁ ।

ଗ୍ରାମୀଣ ଭାରତରେ ସୁନାକୁ ଅତି ମହତ୍ତ୍ୱପୂର୍ଣ୍ଣ ସମ୍ପତ୍ତି ଭାବେ ଗଣନା କରାଯାଏ । ସୁନାରେ ଦେଶର ମୋଟ ଖର୍ଚ୍ଚ ମଧ୍ୟରେ ଗ୍ରାମୀଣ ଭାରତର ଅଂଶ ୬୦% । ଭାରତରେବର୍ଷକୁ ୮୫୦ରୁ ୯୦୦ ଟନ୍‌ ସୁନା ଆମଦାନି ହୋଇଥାଏ । କେରଳର ଜଣେ ସୁନା ବିଶୋଧନକାରୀ ଜେମ୍ସ ଜୋସ୍‌ କହିଛନ୍ତି ଯେ, ‘ଲକ୍‌ଡାଉନ୍‌ ସରିବା ପରେ ଲୋକେ ନିଜର ମନୋସ୍ଥିତି ବଢ଼ାଇବା ପାଇଁ ବିପୁଳ ପରିମାଣରେ ଅର୍ଥ ବ୍ୟୟ କରିବେ । ଜିନିଷ ଆଦି କିଣିବା ପାଇଁ ବାହାରକୁ ଯିବେ । ଲକ୍‌ଡାଉନ୍‌ ଯୋଗୁ ସେମାନଙ୍କ ଆୟର ମାଧ୍ୟମ  ପ୍ରଭାବିତ ହୋଇଥିବାରୁ ତତ୍କାଳ ନଗଦ ପାଇଁ ସେମାନେ  ପୁରୁଣା ସୁନା ବିକ୍ରି କରିବାକୁ ବାଧ୍ୟ ହେବେ ।

ମହାରାଷ୍ଟ୍ରର ଜଣେ ନାମୀଦାମୀ ଗହଣା ବ୍ୟବସାୟୀ ନିତିନ ଖଣ୍ଡେଲୱାଲ କହିଛନ୍ତି ଯେ, ୩ ସପ୍ତାହର ଲକ୍‌ଡାଉନ୍‌ ଯୋଗୁ ଗାଁ ଗଣ୍ଡାରେ ଲୋକଙ୍କ ଅବସ୍ଥା ଖରାପ । ତେଣୁ ଆର୍ଥିକ ସଙ୍କଟରୁ ବାହାରିବା ପାଇଁ ସେମାନେ ସୁନା ବିକ୍ରି କରିବେ । ଗହଣା ଦୋକାନ ଖୋଲିବା ପରେ କିଛି ଦିନ ପାଇଁ ବଜାରରେ ସୁନାର ଅଭାବ ରହିବ । କାରଣ ବିଶୋଧନାଗାର, ଖଣି ଏବଂ ପ୍ଲାଣ୍ଟ ସବୁ ବନ୍ଦ ପଡିଛି । ସୁନା ଆମଦାନି କରିବା ପାଇଁ କିଛି ଦିନ ସମୟ ଲାଗିବ । ଏଭଳି ସ୍ଥିତିରେ ବ୍ୟବସାୟୀମାନେ ଲୋକଙ୍କ ପୁରୁଣା ସୁନାରେ କିଛି ଦିନ କାମ ଚଳାଇଦେବେ ।

ବିଶ୍ୱ ସୁନା ପରିଷଦ(ଡବ୍ଲ୍ୟୁଜିସି) ରିପୋର୍ଟ ଅନୁସାରେ ସୁନା ଚାହିଦାରେ ବଡ଼ ଧରଣର ହ୍ରାସ ଘଟିଛି । ୨୦୧୯ ଜାନୁଆରୀ ଏବଂ ଫେବ୍ରୁଆରୀର ପ୍ରଚୁର ଚାହିଦା ତୁଳନାରେ ୨୦୨୦ ସମାନ ସମୟରେ ଚାହିଦା ୪୪% ହ୍ରାସ ପାଇଛି ।

   ସମ୍ବନ୍ଧିତ ଖବର


ଭାରତରେ୨-୩ ମାସରେ ତିଆରି ହୋଇଯିବ କରୋନା ଔଷଧ : ଏମ୍ସ୍ ଅଧ୍ୟୟନ

BOEING 777 : ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବିଳାସପୂର୍ଣ୍ଣ ବିମାନର ଫଟୋ

WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର