୩୧ ଲକ୍ଷ ଟଙ୍କାର ସୁନା ନିଜ ଅଣ୍ଡରଗାର୍ମେଣ୍ଟରେ ଲୁଚାଇ ଆଣିଥିଲେ ଯୁବତୀ, ଏୟାରପୋର୍ଟରେ ଧରାପଡିବା ପରେ କହିଲେ ଏମିତି…

ଜୟପୁର ୧୩/୧: ଦିନକୁ ଦିନ ସୁନା ସ୍ମଗଲିଂ ବଢିବାରେ ଲାଗିଛି । ନିକଟରେ  ହାଇଦ୍ରାବାଦ କଷ୍ଟମ ଟିମ୍ ଦୁବାଇରୁ ଆସିଥିବା ଜଣେ ମହିଳାଙ୍କ ବ୍ୟାଗରୁ ୯୬ ଲକ୍ଷ ଟଙ୍କାର ସୁନା ଜବତ କରିଥିଲା । ଏବେ ଜୟପୁର କଷ୍ଟମ ଟିମ୍ ଦୁବାଇରୁ ଆସୁଥିବା ଆଉ ଜଣେ ମହିଳାଙ୍କ ପାଖରୁ ୩୧ ଲକ୍ଷ ଟଙ୍କାର ସୁନା ଜବତ କରିଛି । ଦୁବାଇ ଶାରଜାହ ଏୟାରପୋର୍ଟରୁ ଭାରତ ଆସିଥିବା ଜଣେ ମହିଳା ଲକ୍ଷ ଲକ୍ଷ ଟଙ୍କାର ସୁନା ନିଜ ଅଣ୍ଡରଗାରମେଣ୍ଟରେ ଲୁଚାଇଥିଲେ ।

ମହିଳାଙ୍କ ପାଖରୁ ଜୟପୁର ଏୟାରପୋର୍ଟରେ କଷ୍ଟମ ଟିମ୍ ୩୧ ଲକ୍ଷ ଟଙ୍କାର ସୁନା ଜବତ କରି ତାଙ୍କୁ ଗିରଫ କରିଛି । କଷ୍ଟମ ଅଧିକାରୀଙ୍କ ସୂଚନା ଅନୁସାରେ ମହିଳା ଜଣକ ମୁମ୍ବାଇର । କଷ୍ଟମ କ୍ଲିୟରାନ୍ସର ଯାଞ୍ଚ ସମୟରେ ଅଫିସର ତାଙ୍କ ଉପରେ ସନ୍ଦେହ କରିଥିଲେ । ଆଉ ଥରେ ଯାଞ୍ଚ ପରେ ତାଙ୍କ ଅଣ୍ଡରଗାର୍ମେଣ୍ଟର ସିକ୍ରିଟେ ପରେଟରେ ୫୯୨ ଗ୍ରାମ ସୁନା ଜବତ ହେଲା ଯାହାକି ପ୍ଲାଷ୍ଟିକ୍ ପାଉଚରେ ପେଷ୍ଟ ରୂପେ ଲୁଚାଯାଇଥିଲା । ଏହାର ଦାମ୍ ପ୍ରାୟ ୩୧ ଲକ୍ଷ ଟଙ୍କା ବୋଲି କୁହାଯାଇଛି ।

ପଚରାଉଚରା ପରେ ମହିଳା ଜଣକ କହିଛନ୍ତି କି ଦୁବାଇରେ ରହୁଥିବା ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଏହା ଦେଇଥିଲା । ଜୟପୁର ଏୟାରପୋର୍ଟରେ ଜଣେ ବ୍ୟକ୍ତି ତାଙ୍କୁ ଦେଖା କରିବ ଏବଂ ସେହି ବ୍ୟକ୍ତିକୁ ଏହା ଦେବା ପାଇଁ ମହିଳାଙ୍କୁ କୁହାଯାଇଥିଲା ବୋଲି ସେ କହିଛନ୍ତି ।