ଗୋଲ୍ଡ କିଣିବାର ଗୋଲ୍ଡେନ୍ ଚାନ୍ସ, ଶସ୍ତା ହେଲା ଦାମ୍

ନୂଆଦିଲ୍ଲୀ ୨୦/୮: ଲଗାତର ୨ୟ ଦିନ ସୁନା ରୂପା ଦାମ ହ୍ରାସ ପାଇଛି । MCXରେ ସୁନା ଦାମ୍ ୫୨ ହଜାର ପ୍ରତି ୧୦ ଗ୍ରାମ ତଳକୁ ଖସିଆସିଛି । ସୁନାରେ ଆଜି ୭୦୦ ଟଙ୍କାରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି । ଅନ୍ୟପଟେ ରୂପା ଦାମ୍ ୧୪୦୦ ଟଙ୍କାରୁ ଅଧିକ ହ୍ରାସ ପାଇ ୬୭ ହଜାର ଟଙ୍କା ପ୍ରତି କିଲୋ ତଳକୁ ଖସିଆସିଛି । ୨ ଦିନରେ ସୁନା ୧୬୦୦ ଟଙ୍କାରୁ ଅଧିକ ଶସ୍ତା ହୋଇସାରିଲାଣି । ସେହିଭଳି ୨ ଦିନରେ ରୂପା ମଧ୍ୟ ପ୍ରାୟ ୩୦୦୦ ଟଙ୍କା ଶସ୍ତା ହୋଇଛି । ବିଦେଶୀ ମାର୍କେଟରେ ମଧ୍ୟ ସୁନା ୨୦୦୦ ଡଲାର ତଳକୁ ଚାଲିଆସିଛି । କମେକ୍ସରେ ସୁନା ୧୯୫୦ ଡଲାର୍ ପ୍ରତି ଆଉନ୍ସ ପର୍ଯ୍ୟନ୍ତ ଖସିଛି ।

ବଜାରରେ ସୁନା ଓ ରୂପାର ନୂଆ ଦାମ୍
IBJA ର ୱେବସାଇଟ ଅନୁସାରେ ଆଜି ସର୍ରୋଫା ବଜାରରେ ୨୪ କ୍ୟାରେଟ୍ ଗୋଲ୍ଡର ଦାମ୍ ୫୨,୫୨୮ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ଏହା ଗତକାଲି ୫୩,୩୯୪ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ଅର୍ଥାତ୍ ଗୋଟିଏ ଦିନରେ ସୁନା ୮୬୬ ଟଙ୍କା ଶସ୍ତା ହୋଇଛି । ସେହିଭଳି ରୂପା ଦାମ୍ ୬୬୪୪୮ ଟଙ୍କା ପ୍ରତି କିଲୋଗ୍ରାମ ରହିଛି ଯାହା କି ଗତକାଲି ୬୭୧୩୫ ଟଙ୍କା ପ୍ରତି କିଲୋ ଥିଲା ।