PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଲଗାତର ବଢୁଛି ସୁନା-ରୂପା ଦାମ୍, ଆଜି ହୋଇଗଲା ଏତେ…

https://www.eastcoastdaily.in/

ନୂଆଦିଲ୍ଲୀ ୧୦/୮: ମହାମାରୀ ଓ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ସୁନା-ରୂପା ଦାମ୍ ରେକର୍ଡ ଭାଙ୍ଗିବାରେ ଲାଗିଛି । ସୋମବାର ପୁଣି ସୁନା-ରୂପା ଦାମ୍ ବଢିଛି । ସୋମବାର ଡଲାର୍ ତୁଳନାରେ ଟଙ୍କା ମଜଭୁତ ରହିଛି, ଯାହା ପରେ ସୁନା ଓ ରୂପା ଦାମ ବଢିଛି । ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମରେ ୨୩୮ ଟଙ୍କା ପ୍ରତି ୧୦ ଗ୍ରାମ ଓ ରୂପା ଦାମ୍ ୯୬୦ ଟଙ୍କା ବଢିଛି । ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଲଗାତର ଦାମ୍ ବଢିଛି ।

ସୁନାର ନୂଆ ଦାମ୍
ସୋମବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ୨୩୮ ଟଙ୍କା ପ୍ରତି ୧୦ ଗ୍ରାମ ବଢିବା ପରେ ଏହା ୫୬,୧୨୨ ଟଙ୍କାରେ ପହଞ୍ଚି ଯାଇଛି । ଗତ କାରବାର ଦିନରେ ସୁନା ଦାମ୍ ୫୫,୮୮୪ ଟଙ୍କା ପ୍ରତି ୧୦ଗ୍ରାମରେ ବନ୍ଦ ହୋଇଥିଲା । ଅନ୍ତର୍ଜାତୀୟ ବଜାର କଥା କହିବା ତ ଏଠାରେ ସୁନା ଦାମ୍ ୨୦୩୫ ଡଲାର୍ ପ୍ରତି ଆଉନ୍ସରେ ପହଞ୍ଚି ଯାଇଛି ।

ରୂପା ଦାମରେ ନୂଆ ରେକର୍ଡ
କେବଳ ସୁନା ନୁହେଁ ବରଂ ରୁପା ଦାମରେ ମଧ୍ୟ ଲଗାତର ବୃ୍ଦ୍ଧି ଦେଖିବାକୁ ମିଳୁଛି । ସୋମବାର ଦିଲ୍ଲୀ ସର୍ରୋଫା ବଜାରରେ ରୂପା ୯୬୦ ଟଙ୍କା ପ୍ରତି କିଲୋଗ୍ରାମ ବଢିଛି । ଏହା ପରେ ଏବେ ରୂପାର ନୂଆ ଦାମ୍ ୭୬,୫୨୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚି ଯାଇଥିଲା । ଗତ ବାଣିଜ୍ୟିକ ଦିନରେ ଏହି ଦାମ୍ ୭୫,୫୬୦ ଟଙ୍କାରେ ଥିଲା । ଅନ୍ତର୍ଜାତୀୟ ବଜାରରେ ରୂପା ଦାମ୍ ୨୮.୩୧ ଡଲାର୍ ପ୍ରତି ଆଉନ୍ସରେ ପହଞ୍ଚି ଯାଇଛି ।