୨ ହଜାର ଟଙ୍କା ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ସୁନା ଓ ରୂପାର ନୂଆ ରେଟ୍

ନୁଆଦିଲ୍ଲୀ ୧୨/୯: ଗୁରୁବାର ସୁନାର ମୂଲ୍ୟ ହ୍ରାସ ପାଇଛି । ଏହି ହ୍ରାସ ସହିତ ୧୦ ଗ୍ରାମ ସୁନାର ମୂଲ୍ୟ ୩୮ ହଜାର ୭୭୫ ଟଙ୍କା ହୋଇଯାଇଛି । ସୁନା ସହିତ ରୂପାର ମୂଲ୍ଯ ମଧ୍ୟ ହ୍ରାସ ପାଇଛି । ରୂପାର ମୂଲ୍ୟ ଆଜି ୧୦ ଟଙ୍କା ହ୍ରାସ ପାଇଛି । ଏହି ହ୍ରାସ ପାଇବା ପରେ ଏକ କିଲୋ ରୂପାର ମୂଲ୍ୟ ୪୮,୫୯୦ ଟଙ୍କା ହୋଇଯାଇଛି ।

ଆମେରିକା ଡଲାର୍ ତୁଳନାରେ ଭାରତୀୟ ମୁଦ୍ରା ମଜଭୁତ ହୋଇଛି । ଏକ୍ସପର୍ଟଙ୍କୁ କହିବାନୁସାରେ ବିଦେଶୀ ବଜାରରେ ମୂଲ୍ୟ ବହୁତ ଜୋରରେ ତଳକୁ ଖସୁଛି । ଆମେରିକୀୟ ଡଲାର୍ ଦୁର୍ବଳ ହେବା ଫଳରେ ମୁଦ୍ରା ଅବସ୍ଥା ସୁଧୁରିଛି । ଏଥିପାଇଁ ସୁନାର ମୂଲ୍ଯ ହ୍ରାସ ପାଇଛି । ଆପଣଙ୍କୁ କହିରଖୁଛୁ ସୋମବାରଠୁ ଆଜି ପର୍ଯ୍ୟନ୍ତ ସୁନାର ମୂଲ୍ଯ ୫୭୨ ଟଙ୍କା ଖସିଛି । ସପ୍ତାହେ ମଧ୍ୟରେ ସୁନା ଦର ୨ ହଜାରରୁ ଅଧିକ ହ୍ରାସ ପାଇସାରିଲାଣି ।

HDFC  ସିକ୍ୟୋରିଟିଜ୍ ଅନୁସାରେ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୪ ଟଙ୍କା ହ୍ରାସ ସହିତ ୩୮,୭୭୫ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ରୂପା ମଧ୍ୟ ୧୦ ଟଙ୍କାର ହ୍ରାସ ସହିତ ୪୮,୫୯୦ ଟଙ୍କା ପ୍ରତି କିଲୋଗ୍ରାମ ରହିଯାଇଛି । ତେବେ ଅକ୍ଟୋବରରେ ପୂଜା ଓ ପରେ ଦୀପାବଳି ଆସୁଥିବାର ସୁନାର ଚାହିଦା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ସମୟରେ ସୁନାଦର ପୁଣି ୪୦ ହଜାର ଟଙ୍କା ପାର କରିପାରେ ବୋଲି ଅନେକ ଅର୍ଥନୀତିଜ୍ଞ ମତ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ବିଏସ୍‌ପିର ୭ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବିତ କଲେ ମାୟାବତୀ, କହିଲେ- ଏସପିକୁ ଶିକ୍ଷା ଦେବାକୁ ବିଜେପିକୁ ଭୋଟ୍ ଦେବାକୁ ପଛେଇବି ନାହିଁ

୪୦ ମିନିଟ୍ ପର୍ଯ୍ୟନ୍ତ ନିଖୋଜ ହୋଇଗଲା ବିଜେପି ନେତା ମନୋଜ ତିଓ୍ବାରୀଙ୍କ ହେଲିକାପ୍ଟର, ପାଟନାରେ କଲା ଜରୁରୀକାଳୀନ ଅବତରଣ…

ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ସମାଜବାଦୀ ପାର୍ଟି ପତାକା ରଙ୍ଗରେ ତିଆରି ହେଲା ରେଲଓ୍ବେ ହସପିଟାଲ ଶୌଚାଳୟ, ଦଳ କହିଲା ତୁରନ୍ତ ନିଆଯାଉ କାର୍ଯ୍ୟାନୁଷ୍ଠାନ…

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ, କରୋନାରୁ ସୁସ୍ଥ ହୋଇ ଫେରିଥିଲେ

ଭାରତକୁ ସାଉଦିର ଦୀପାବଳି ଉପହାର: ପାକ୍‌ ମାନଚିତ୍ରରୁ କାଶ୍ମୀର, ଗିଲଗିଟ୍‌କୁ ଦେଲା ବାଦ