ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ଚନ୍ଦ୍ରଶେଖରପୁର,୨୧ ।୧୦ : ଆଜି ଭୋର ସମୟରେ ଶୈଳଶ୍ରୀ ବିହାରରେ ଜଣେ ବୃଦ୍ଧା ଫୁଲ ତୋଳୁଥିବା ବେଳେ ତାଙ୍କ ସୁନା କାନ ଫୁଲକୁ ଝାମ୍ପି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧା ହେଲେ ଶାନ୍ତିଲତା ବେହେରା । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଶାନ୍ତିଲତା ଭୋର ସାଢେ ୫ଟା ସମୟରେ ଘର ବାହାରେ ଥିବା ଫୁଲ ଗଛରୁ ଫୁଲ ତୋଳିବା ପାଇଁ ଯାଇଥିଲେ ।

ସେହି ସମୟରେ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଶାନ୍ତିଲତା ପିନ୍ଧିଥିବା ସୁନା କାନଫଲଟିକୁ ଝାମ୍ପି ନେଇ ପଳାଇଥିଲେ । ଫଳରେ ଶାନ୍ତିଲତା ସେଠାରେ ପଡି ଯାଇଥିଲେ । ସେଠାରେ ମର୍ଣ୍ଣିଂୱାକ୍‌ କରୁଥିବା କିଛି ଲୋକେ ଏହା ଦେଖି ତାଙ୍କୁ ସେଠାରୁ ଉଠାଇ ପୁଲିସକୁ ଫୋନ୍‌ କରିଥିଲେ । ପୁଲିସ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । ହେଲେ କିଛି ତାଙ୍କର ପତ୍ତା ପାଇପାରି ନଥିଲା ।