ଭୁବନେଶ୍ବର ବିମାନ ବନ୍ଦରରୁ ୨୦ଲକ୍ଷ ଟଙ୍କାର ସୁନା ବିସ୍କୁଟ୍ ଜବତ

ଭୁବନେଶ୍ବର ୨୦।୩: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ବ୍ୟାଙ୍କକରୁ ଭୁବନେଶ୍ବର ବାଟ ଦେଇ ନୂଆଦିଳ୍ଳୀ ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ କଷ୍ଟ୍ୟୁମ୍ ବିଭାଗ କର୍ମଚାରୀମାନେ ସୁନା ବିସ୍କୁଟ୍ ଜବତ କରିଛନ୍ତି। ଜବତ ସୁନାର ଓଜନ ପ୍ରାୟ ୬୧୦ ଗ୍ରାମ୍ ଓ ମୂଲ୍ୟ ପାଖାପାଖି ୨୦ ଲକ୍ଷ ୫୦ ହଜାର ଟଙ୍କା ହେବ। ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଅମରଜିତ୍ ସିଂହଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି। ଜବତ ହୋଇଥିବା ସୁନା ଅଷ୍ଟ୍ରେଲିଆନ୍ ଗୋଲ୍ଡ ବୋଲି ଜଣାପଡିଛି । ଜବତ ସୁନାକୁ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରିଛି ସିଆଇଏସଏଫ ।