୩ ମାସ ପରେ ସେଲୁନ୍ ଖୋଲିବାରୁ ଖୁସି, ସୁନା କଇଁଚିରେ ଗ୍ରାହକଙ୍କ କେଶ କାଟିଲେ

ମୁମ୍ବାଇ ୩୦/୬: ମହାରାଷ୍ଟ୍ରରେ ପ୍ରାୟ ୩ ମାସ ପରେ ସେଲୁନ୍ ଓ ପାର୍ଲର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ରାଜ୍ୟରେ କରୋନା ଭାଇରସ ବଢୁଥିବା ମାମଲା ମଧ୍ୟରେ ସେଲୁନ୍ ଓ ପାର୍ଲର ମାଲିକମାନଙ୍କୁ  ରାଜ୍ୟ ସରକାର ବଡ ଆଶ୍ୱସ୍ତି ଦେଇଛନ୍ତି । ଅବଶ୍ୟ ଏହି ସମୟରେ ଦୋକାନ ମାଲିକମାନେ ମହାମାରୀରୁ ରକ୍ଷା ପାଇବା ପାଇଁ ଅନେକ ନିୟମ ପାଳନ କରିବାକୁ ପଡିବ । ଅନ୍ୟପଟେ ସରକାରଙ୍କ ଦ୍ୱାରା ସେଲୁନ୍ ଓ ପାର୍ଲରକୁ ପୁଣି ଖୋଲିବା ପାଇଁ ଅନୁମତି ଦେବା ପରେ ନିଜ ଉତ୍ସାହ ଦେଖାଇ କୋଲ୍ହାପୁରର ଜଣେ ସେଲୁନ୍ ମାଲିକ ନିଜ ପ୍ରଥମ ଗ୍ରାହକଙ୍କୁ ବାଳ କାଟିବା ପାଇଁ ସୁନାର କଇଁଚି ବ୍ୟବହାର କରିଛନ୍ତି ।

‘ମିଶନ ବିଗିନ୍ ଅଗେନ’ ଅନୁସାରେ ସରକାର ରାଜ୍ୟରେ କରୋନା ଭାଇରସ ପ୍ରତିବନ୍ଧକରେ କିଛି ଢିଲା ଛାଡିଛନ୍ତି ଏବଂ କିଛି ନିୟମର ପାଳନ କରି ସେଲୁନ ଓ ବ୍ୟୁଟି ପାର୍ଲରକୁ ୨୮ ଦିନରୁ ଖୋଲିବା ପାଇଁ ଅନୁମତି ଦେଇଥିଲେ । ମାର୍ଚ୍ଚର ଶେଷରେ ଲଗାଯାଇଥିବା ଲକଡାଉନ ପରେ ସରକାରଙ୍କ ଏହି ନିଷ୍ପତ୍ତିରେ ଦୋକାନର କର୍ମଚାରୀ ଓ ମାଲିକଙ୍କୁ ବଡ ଆଶ୍ୱସ୍ତି ମିଳିଛି । ପୁଣେଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା କୋଲହାପୁରରେ ସେଲୁନ୍ ଚଳାନ୍ତି ରାମଭାଉ ସଙ୍କପାଳ । ସେ ନିଜର ଖୁସି ଜାହିର କରିବା ପାଇଁ ରବିବାର ପ୍ରଥମ ଗ୍ରାହକଙ୍କୁ ସ୍ୱାଗତ କରି ସୁନା କଇଁଚିରେ ତାଙ୍କ କେଶ କାଟିଥିଲେ ।

ସେ କହିଛନ୍ତି ଯେ ଲକଡାଉନ୍ ଯୋଗୁଁ ତିନି ମାସରୁ ଅଧିକ ସମୟ ଧରି ରାଜ୍ୟରେ ସେଲୁନ୍ ବ୍ୟବସାୟ ଉପରେ ଖରାପ ପ୍ରଭାବ ପଡିଛି। ସେଲୁନ୍ ମାଲିକ ଏବଂ କର୍ମଚାରୀମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି | ସେ କହିଛନ୍ତି ଯେ କିଛି ଦୋକାନ ମାଲିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରିଦେଇଛନ୍ତି  । ସେ ଏହା ମଧ୍ୟ କହିଛନ୍ତି କି ରାଜ୍ୟ ସରକାର ଏବେ ସେଲୁନ୍ ପୁଣି ଖୋଲିବାକୁ ଅନୁମତି ଦେଇଦେଇଛନ୍ତି । ଏଥିପାଇଁ ଏବେ ତାଙ୍କ ସାଥୀ ସେଲୁନ୍ ମାଲିକଙ୍କ ମୁହଁରେ ହସ ଫୁଟିଛି ଏବଂ ସେ ଭିନ୍ନ ଉପାୟରେ ନିଜ ଖୁସ୍ ଜାହିର କରିବା ପାଇଁ ଇଛା କରି ସୁନାର କଇଁଚିକୁ କାମରେ ଲଗାଇଲେ । ସେ କହିଛନ୍ତି ଯେ ସେ ନିଜ ସଞ୍ଚୟକୁ କାମରେ ଲଗାଇଲେ ଏବଂ ୧୧୦ ଗ୍ରାମର ସୁନା ଯୋଡି ଏକ ସୁନା କଇଁଚି ନେଇଆସିଲେ । ସେ କହିଛନ୍ତି ଯେ ପୁଣି ବ୍ୟବସାୟ ଆରମ୍ଭ ହେବା ପରେ ନିଜ ଖୁସି ଜାହିର କରିବା ପାଇଁ ନିଜ ପ୍ରଥମ ଗ୍ରାହକଙ୍କ କେଶ କାଟିବା ପାଇଁ ସୁନା କଇଁଚିର ବ୍ୟବହାର କରିଛନ୍ତି ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ

ହୃଦୟ ବିଦାରକ ଦୃଶ୍ୟ: ଯନ୍ତାରେ ଭୋକିଲା ଶିଶୁକୁ ସାପ ଓ ୭୦୦ ଜୀବଙ୍କ ମଧ୍ୟରେ ରଖିଥିଲେ ମାଆ ଓ ସାବତବାପ- ପୁଲିସ କଲା ଉଦ୍ଧାର