ସୁନାଠୁ ମହଙ୍ଗା ଚା’ର ମୂଲ୍ୟ: ଗ୍ରାମ୍‌ ପିଛା ଏତିକି ଲକ୍ଷରୁ ଉର୍ଦ୍ଧ ଟଙ୍କା ଜାଣନ୍ତୁ…

ନୂଆଦିଲ୍ଳୀ ୪/୯ : ବକିଙ୍ଗହାମ୍‌ ପ୍ୟାଲେସ୍‌ ନିକଟସ୍ଥ ଏକ ବିଳାସପୂର୍ଣ୍ଣ ହୋଟେଲ ଗ୍ରାହକଙ୍କୁ ଯେଉଁ ଚା’ ଦେଉଛି, ତା’ର ମୂଲ୍ୟ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ଚା’ର ନାଁ ‘ଗୋଲ୍ଡେନ୍‌ ଟିପ୍ସ’ । ଚା’ର ମୂଲ୍ୟ ଗ୍ରାମ୍‌ ପିଛା ୨ଶହ ଡଲାର ଅର୍ଥାତ ୧ ଲକ୍ଷ ୪୪ ହଜାର ୬ଶହ ୩୫ ଟଙ୍କା ।

ଏକ ଗ୍ରାମ ସୁନା ମୂଲ୍ୟଠାରୁ ଏହା ୪ଗୁଣ ଅଧିକ । ଲଣ୍ଡନର ରୁବେନ୍‌ସ ହୋଟେଲରେ ଅତିଥିମାନେ ଏହି ଚା’ ଅର୍ଡର କଲେ, ଧଳା ଗ୍ଲୋବ୍‌ ପିନ୍ଧିଥିବା ପରିଚାଳକମାନେ ସାବଧାନତାର ସହ ଗୋଲ୍ଡେନ୍‌ ଟିପ୍ସ ଚା’ ପତ୍ରକୁ ପ୍ରଥମେ ଓଜନ କରନ୍ତି ।

ତା’ ପରେ ଗରମ ସ୍ୱଚ୍ଛ ଜଳ (ମିନେରାଲ ୱାଟର)ରେ ଏହାକୁ ପକାନ୍ତି । ଏହା ପରେ ଚା’ର ସ୍ୱାଦ ବଢ଼ିଯାଏ । ଶ୍ରୀଲଙ୍କାରେ ଏହି ମହଙ୍ଗା ଚା’ର ପତ୍ର ଉତ୍ପାଦନ ହୁଏ । ଉଚିତ୍‌ ସମୟରେ ପତ୍ର ତୋଳିବା ପରେ ମଖମଲି କପଡ଼ା ଉପରେ ଏହାକୁ ଶୁଖାଇ ବଜାରକୁ ଛଡ଼ାଯାଏ ।

   ସମ୍ବନ୍ଧିତ ଖବର


ଆପ୍ରୋଚ ରୋଡ ପାଇଁ ନଦୀବନ୍ଧ ନିକଟରୁ ଉଠା ଦୋକାନୀଙ୍କୁ ପ୍ରଶାସନର ଉଚ୍ଛେଦ…

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ଓଡିଶାର ଏହି ସ୍ଥାନରେ ଅଶୋଧିତ ତୈଳ ସନ୍ଧାନରେ ସର୍ଭେ ଆରମ୍ଭ ଲାଗିଲା ୧୦ ୱାଇଫାଇ ମେସିନ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ପ୍ରେମ କରି ଫସିଗଲେ ବିବାହିତା ମହିଳା, ସୁନା ଟଙ୍କା ଲୁଟି ନେଲା ଲମ୍ପଟ ପ୍ରେମିକ, ଥାନାରେ ଏତଲା